ଅପରାଧରାଜ୍ୟ

ବସ୍ତିରୁ ନିୟନ୍ତ୍ରିତ ହେଉଛି ଅପରାଧ

ବସ୍ତିରୁ ନିୟନ୍ତ୍ରିତ ହେଉଛି ଅପରାଧ

  • ବସ୍ତିରେ ରାଜଧାନୀର ୭୫% ଅପରାଧୀ,
  • ନିଶାମାଫିଆଙ୍କୁ ଏନ୍‌କାଉଣ୍ଟର ପରେ ବି ପ୍ରଭାବ ପଡ଼ୁନି

ରାଜଧାନୀରେ ପ୍ରତି ୪ଜଣରୁ ୩ଜଣ ଅପରାଧୀ ବସ୍ତି ଅଞ୍ଚଳରେ ରହୁଛନ୍ତି। ରାଜଧାନୀର ଚତୁର୍ଦିଗରେ ବସ୍ତି ଗଢ଼ିଉଠିଛି। ଏହି ବସ୍ତି ବର୍ତ୍ତମାନ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି। ନିଶାବେପାର, ଗୋଷ୍ଠୀ ସଂଘର୍ଷ ଓ ହଣାକଟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଭୁବନେଶ୍ୱର ୧୪-୦୫-୨୦୨୫ (ଏସ .ଏମ ) :  ରାଜଧାନୀରେ ପ୍ରତି ୪ଜଣରୁ ୩ଜଣ ଅପରାଧୀ ବସ୍ତି ଅଞ୍ଚଳରେ ରହୁଛନ୍ତି। ରାଜଧାନୀର ଚତୁର୍ଦିଗରେ ବସ୍ତି ଗଢ଼ିଉଠିଛି। ଏହି ବସ୍ତି ବର୍ତ୍ତମାନ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି। ନିଶାବେପାର, ଗୋଷ୍ଠୀ ସଂଘର୍ଷ ଓ ହଣାକଟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି ବ୍ରାଉନ୍‌ସୁଗାର୍‌ ଓ ଚୋ‌ରାମଦ କାରବାର ବସ୍ତିକୁ ଗ୍ରାସ କରିବାକୁ ବସିଛି। ସମ୍ପୂର୍ଣ୍ଣ ରାଜଧାନୀକୁ କବ୍‌ଜା କରି ସାରିଲେଣି ନିଶାବେପାରୀ। ବିଭିନ୍ନ ବସ୍ତିରେ ରହି ଏହି ନିଶାମାଫିଆମାନେ ବେଧଡ଼କ ଭାବେ ବ୍ରାଉନ୍‌ସୁଗାର୍‌ ଓ ଅନ୍ୟ ନିଷିଦ୍ଧ ଡ୍ରଗ୍‌ସର କା‌ରବାର ଚଳାଇଛନ୍ତି।  କମିସନରେଟ୍‌ ପୁଲିସର ‘ବସ୍ତିକୁ ଚାଲ’’ ଅଭିଯାନ ଫଳପ୍ରଦ ହେଉନଥିବାରୁ ସମସ୍ୟା ବଢ଼ିଯାଇଛି। କେବଳ ଅପରାଧୀଙ୍କୁ ଧରିବାକୁ ପୁଲିସ ବସ୍ତିକୁ ଯାଉଛି। ଗତ କିଛିଦିନ ମଧ୍ୟରେ କ୍ରମାଗତ ଭାବେ ଚଢ଼ଉ କରି ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ବସ୍ତିରୁ ନିଶାବେପାରୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବ୍ରାଉନ୍‌ସୁଗାର୍‌ ଓ ଗଞ୍ଜେଇ ଜବତ କରିବା ଘଟଣାରୁ ଏହା ସ୍ପଷ୍ଟ ହେଉଛି।ପ୍ରକାଶ ଯେ, ରାଜଧାନୀରେ ପ୍ରତିଦିନ ୮ରୁ ୧୦କେଜି ବ୍ରାଉନ୍‌ସୁଗାର୍‌ ବିକ୍ରି ହେଉଛି। ବସ୍ତି ଇଲାକା ଏହି ବ୍ରାଉନ୍‌ସୁଗାର୍‌ ବେପାରର ପେଣ୍ଠସ୍ଥଳ ପାଲଟିଛି। ଅପରାଧୀ, ଅସାମାଜିକଙ୍କ ଆୟର ମୁଖ୍ୟ ସ୍ରୋତ ହୋଇଛି ବ୍ରାଉନ୍‌ସୁଗାର୍‌। ଏଭଳି ନିଷିଦ୍ଧ ବେପାରରୁ ଅର୍ଥ ରୋଜଗାର କରି ଅପରାଧୀମାନେ ନିଜର ନେଟ୍ଵର୍କ ଓ ଗ୍ୟାଙ୍ଗ୍‌ ତିଆରି କରୁଛନ୍ତି। ଏପରିକି ନିଶା କାରବାରକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ହଣାକଟା ଘଟଣା ମଧ୍ୟ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରିଛି। ଯାହା ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି। ବସ୍ତିରୁ ବ୍ରାଉନ୍‌ସୁଗାର୍‌, ନିଶା କାରବାର ହଟାଇବା ସବୁଠୁ ବଡ଼ ଚାଲେଞ୍ଜ ହୋଇଛି। ବିଶେଷ କରି ଭରତପୁର, ଶାନ୍ତିପଲ୍ଲୀ, ହଳଦୀପଡ଼ିଆ, ସାଲିଆସାହି, ମଞ୍ଚେଶ୍ବର, ଭୁବନେଶ୍ବର-ପୁରୀ ବାଇପାସ୍, ବୁଦ୍ଧେଶ୍ବରୀ, ସୁବାସନଗର, ରଘୁନାଥନଗର, ଗଣ୍ଡମୁଣ୍ଡା, କାରଗିଲ୍ ବସ୍ତି, ଶିଖରଚଣ୍ଡୀ, ମାଳିସାହି, ୟୁନିଟ୍-୬, ନାରାୟଣୀ ବସ୍ତି, ଖଣ୍ଡଗିରି ତପୋବନ ବସ୍ତି, ୟୁନିଟ୍-୮, ଜାଗମରା, ଫୁଲେଶ୍ବରୀ ଆଦି ବସ୍ତିରେ ନିଶା କାରବାରର ଚେର ଖୋଜିପାଉନି ପୁଲିସ। ବାରମ୍ବାର ବିଭିନ୍ନ ବସ୍ତିରୁ ଆରମ୍ଭ କରି ଜିଲ୍ଲାୱାରୀ ଚଢ଼ଉ କରି ବ୍ରାଉନ୍‌ସୁଗାର୍‌ ଜବତ କରୁଥିଲେ ବି ମୂଳ ବେପାରୀ ଖସିଯିବାରେ ସକ୍ଷମ ହେଉଛନ୍ତି। କେବଳ ଖୁଚୁରା ବେପାରୀଙ୍କୁ ଧରି ମନ ବୁଝାଉଛି ପୁଲିସ।

ଏହି ଖୁଚୁରା ବେପାରୀ ଜାମିନରେ ଖଲାସ ହୋଇ ପୁଣି ନିଶା କାରବାରରେ ଲାଗି ପଡ଼ୁଛନ୍ତି। ବିଶେଷ କରି ବସ୍ତିର ବେରୋଜଗାର ଯୁବକଙ୍କୁ ଟାର୍ଗେଟ୍‌ କରିବା ସହିତ ଟଙ୍କାର ଲୋଭ ଦେଖାଇ ଏଜେଣ୍ଟ ସଜାଉଛନ୍ତି। ଚଳିତ ବର୍ଷ ରାଜଧାନୀରେ ନିଶାମାଫିଆଙ୍କୁ ବାରମ୍ବାର ଏନ୍‌କାଉଣ୍ଟ୍‌ର ଭଳି ଘଟଣା ସାମ୍ନାକୁ ଆସିବା ସ‌ତ୍ତ୍ବେ ନିଶା ବେପାରରେ ଲଗାମ ଲାଗିପାରିନାହିଁ। ବସ୍ତିରେ ଅପରାଧ, ନିଶା କାରବାର ରୋକିବା ଲାଗି କମିସନରେଟ ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍ ଫେଲ ମାରିଛି। ମାତ୍ର ଏଥିରେ ପୁଲିସକୁ ଆଶାନୁରୂପ ସଫଳତା ମିଳିପାରି ନାହିଁ। ଏ ସମ୍ପର୍କରେ ଡିସିପି ଜଗମୋହନ ମୀନା କହିଛନ୍ତି, ‘ବସ୍ତିକୁ ଚାଲ ଅଭିଯାନ’ ଯୋଗୁ ଆମେ ଅଧିକାଂଶ କ୍ଷେତ୍ରରେ ସଫଳତା ପାଇଛୁ। ଏହି କାର୍ଯ୍ୟକ୍ରମ ଦ୍ବାରା ଲୋକଙ୍କ ବିଶ୍ବାସ ଜିତିବା ଫଳରେ ଆମକୁ ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ମିଳୁଛି। ଏହା ସତ୍ତ୍ବେ ବିଭିନ୍ନ ବସ୍ତିରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପର ନେଟ୍‌ୱର୍କ ଭାଙ୍ଗିବା ପାଇଁ ଆମେ ସ୍ବତନ୍ତ୍ର ଯୋଜନା କରୁଛୁ ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *