LatestNewsPoliticsଅପରାଧରାଜନୀତିରାଜ୍ୟ

ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲା

ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲା…

କୁଆଡ଼େ ଗଲା ସାନି ତଦନ୍ତ ରିପୋର୍ଟ?

ଝାରସୁଗୁଡ଼ା/ଭୁବନେଶ୍ୱର ୨୧-୦୭-୨୦୨୫(ଏସ.ଏମ. ) : ହୁଚର୍ଚ୍ଚିତ ନବ ଦା‌ସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହେବାର ଇତିମଧ୍ୟରେ ୧୨୦ ଦିନ ପୂରିଛି। କିନ୍ତୁ ତଦନ୍ତରୁ କ୍ରାଇମ୍‌ବ୍ରାଞ୍ଚ କ’ଣ ତଥ୍ୟ ଓ ପ୍ରମାଣ ପାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ବିଶେଷ କିଛି ସୂଚନା ନଦେଇ ଯାହା ବାହାରିବ କୋର୍ଟରେ ଦାଖଲ କରିବେ ବୋଲି କହିଥିଲେ। ମାତ୍ର ଆଜିଯାଏ କୋର୍ଟରେ ଏ ବାବଦ କୌଣସି ଦସ୍ତାବିଜ୍‌ ବି ଦାଖଲ ହୋଇନଥିବା ଜଣାପଡ଼ିଛି। ଏ ନେଇ ଅଭିଯୁକ୍ତ ଗୋପାଳ ଦାସର ଓକିଲ ନରେଶ ନାୟକଙ୍କୁ ପଚାରିବାରେ, କ୍ରାଇମବ୍ରାଞ୍ଚର ସାନି ତଦନ୍ତ ସମ୍ପର୍କିତ ରିପୋର୍ଟ କୋର୍ଟରେ ଜମା ହୋଇନଥିବା କହିଛନ୍ତି। ଗୋଟିଏ ପଟେ ନବ ଦାସଙ୍କ ପରିବାର ମାମଲାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ସେ ଦିଗରେ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚର ସାନି ତଦନ୍ତ ବି ବିଳମ୍ବିତ ହୋଇଚାଲିଛି। ଯଦ୍ବାରା ହତ୍ୟାକାଣ୍ଡର ପ୍ରକୃତ କାରଣ ରହସ୍ୟାବୃତ୍ତ ହୋଇ ରହିଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରୁ କ୍ରାଇମ୍‌ବ୍ରାଞ୍ଚର ୨ ଜଣିଆ ଟିମ୍‌ ଝାରସୁଗୁଡ଼ାରେ ୫ ଦିନ ଧରି କ୍ୟାମ୍ପ କରି ସଂପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାକୁ ମୂଳରୁ ଯାଞ୍ଚ କରିଥିଲେ। ଏହି ସମୟରେ ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ରହିଥିବା ବିବାଦ, ଇସିଜି ରିପୋର୍ଟ, ବିମାନବନ୍ଦରରୁ ଏୟାରଲିଫ୍ଟ କରାଯିବା ସମୟର ସ୍ଥିତି ବାବଦରେ ଟିମ୍‌ ଅନୁଧ୍ୟାନ କରି ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା। ମେ ୩୦ ତାରିଖରେ ଟିମ୍‌ ପୁଣି ଝାରସୁଗୁଡ଼ାରେ ପହଞ୍ଚି ତନାଘନା କରିଥିବା ବେଳେ ୩୧ ତାରିଖରେ ଝାରସୁଗୁଡ଼ା କୋର୍ଟରେ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଭେଟି ମାମଲାର ତ୍ବରିତ ଶୁଣାଣି ପ୍ରକ୍ରିୟା ପାଇଁ ଆଲୋଚନା କରିଥିଲା। ଏହା ସହିତ ୩ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ବି କରିଥିଲା। ପୂର୍ବରୁ ଦାଖଲ ଚାର୍ଜସିଟ୍‌ରେ ଅନେକ ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିଥିଲା। କେଉଁଠି ସାର୍ଟର ରଙ୍ଗ ବଦଳି ଯାଇଥିଲା ତ କେଉଁଠି ଗୁଳିର ଅଙ୍କ ଭୁଲ୍‌ କରି ଦେଇଥିଲା କ୍ରାଇମ୍‌ବ୍ରାଞ୍ଚ। ଯଦି କ୍ରାଇମ୍‌ବ୍ରାଞ୍ଚ ନିଜ ବିଭାଗର ପୂର୍ବ ତଦନ୍ତକୁ ଭୁଲ୍‌ ପ୍ରମାଣିତ କଲା ତେବେ ଉକ୍ତ ଆଧାରରେ ଅଭିଯୁକ୍ତ ଗୋପାଳ ଦାସ ଜାମିନରେ ମୁକୁଳିଯିବ ଓ ଘଟଣାରେ ଅନେକ ବଡ଼ବଡ଼ିଆ କାର୍ପଟଦାରଙ୍କ ଭୂମିକା ବି ସାମ୍ନାକୁ ଆସିବ। କ୍ରାଇମ୍‌ବ୍ରାଞ୍ଚ ଯଦି ପୂର୍ବ ତଦନ୍ତରେ ଆଉ କିଛି ନୂଆ ତଥ୍ୟ ଯୋଡ଼ିବ ତେବେ ବି ମାମଲାର ମୋଡ଼ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପୂର୍ବ ତଦନ୍ତରେ ଷଡ଼୍‌ଯନ୍ତ୍ର ଦିଗରେ ଆଦୌ ତଦନ୍ତ ହୋଇ ନଥିବା ବେଳେ ସାନି ତଦନ୍ତରେ ବି ଏ ବାବଦରେ କିଛି ଛାନ୍‌ଭିନ୍‌ ହୋଇନାହିଁ। ଏଭଳି ସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବ ନା କେବଳ ସମୟ ଗଡ଼ାଇ ଚାଲିବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *