Latestଦେଶ- ବିଦେଶ

ବାଂଲାଦେଶ ସୀମାରେ ସୁରକ୍ଷା କଡ଼ାକଡ଼ି

ବାଂଲାଦେଶ ସୀମାରେ ସୁରକ୍ଷା କଡ଼ାକଡ଼ି

ଆତଙ୍କୀ ବିପଦ ନେଇ ଗୁଇନ୍ଦା ଚେତାବନୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫-୦୫-୨୦୨୫(ଏସ .ଏମ ) : ବାଂଲାଦେଶ ଆଡ଼ୁ ଭାରତରେ ସମ୍ଭାବ୍ୟ ଆତଙ୍କବାଦୀ ବିପଦ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପଡ଼ୋଶୀ ଦେଶ ସହ ଜଡ଼ିତ ସ୍ଥଳ, ଆକାଶ ଓ ଜଳ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଇନ୍ଦା ସୂଚନା ପରେ ଚଳିତ ମାସ ପ୍ରାରମ୍ଭରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାଂଲାଦେଶକୁ ସଂଯୋଗ କରୁଥିବା ଯାତ୍ରା ମାର୍ଗ ଉପରେ ବିଶେଷ ଧ୍ୟାନ ଦେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କେନ୍ଦ୍ର ଓ ରାଜ୍ୟ ବାହିନୀର ଶୀର୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି)ର ବଢୁଥିବା କାର୍ଯ୍ୟକଳାପ ଉପରେ ଗୁଇନ୍ଦା ଏଜେନ୍ସିମାନେ ନଜର ରଖିଛନ୍ତି। ନିକଟରେ ଢାକାରେ ଏକ ରାଲିରେ ଏହି ସଂଗଠନ ଖୋଲାଖୋଲି ଭାବେ ନିଜର ପତାକା ପ୍ରଦର୍ଶନ କରିବା ସହ ଗାଜା ସଂଘର୍ଷ ମଧ୍ୟରେ ହମାସକୁ ସମର୍ଥନ ଜଣାଇଛି। ନିକଟରେ ପଶ୍ଚିମବଙ୍ଗ ପୁଲିସର ଏକ ଅପରେସନରେ ଜେଏମ୍‌ବିର ପାକିସ୍ତାନ ଲିଙ୍କ୍‌ ଥିବା ସୂଚନା ମିଳିଥିଲା। ସଂଗଠନ ସହ ଜଡ଼ିତ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଅଧିକ ତଦନ୍ତରୁ ଜଣାପଡିଛି ଯେ ସେମାନେ ପାକିସ୍ତାନର ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେଶ ସହ ଲାଗିଥିବା ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ଏହାର ମୁତୟନ ଯୋଜନାର ପୁନର୍ଗଠନ ଆରମ୍ଭ କରିଛି। ବିଶେଷକରି ପଶ୍ଚିମବଙ୍ଗରେ ଅନୁପ୍ରବେଶ ପାଇଁ ବାରମ୍ବାର ଯେଉଁ ସୀମାକୁ ବ୍ୟବହାର କରାଯାଉଛି ସେହି ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍) ଏବଂ ସ୍ଥାନୀୟ ପୁଲିସକୁ ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବରେ ଥିବା ବିମାନ ବନ୍ଦର ଓ ଏହାର ଆଖପାଖ ଅଞ୍ଚଳରେ ନିରୀକ୍ଷଣ ବଢ଼ାଇବାକୁ କୁହାଯାଇଛି। ଅଧିକ ଯାଞ୍ଚ ଓ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *