LatestTOP STORIESଅପରାଧରାଜ୍ୟ

ବାପାମା’ଙ୍କୁ ଆଜୀବନ ସଜା

ବାପାମା’ଙ୍କୁ ଆଜୀବନ ସଜା

ଗର୍ଭବତୀ ନାବାଳିକା ଝିଅକୁ ମାରି ପୋଡ଼ିଥିଲେ
ବିଞ୍ଝାରପୁରର ଏକ ଅନର୍‌ କିଲିଂ ମାମଲାର ବିଚାର କରି ଯାଜପୁର ପୋକ୍‌ସୋ କୋର୍ଟ ନାବାଳିକା ଗର୍ଭବତୀ ଝିଅକୁ ହତ୍ୟା କରିଥିବା ବାପା ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି

ଯାଜପୁରଟାଉନ/ଭୁବନେଶ୍ୱର ୨୦.୦୪.୨୦୨୫ (ଏସ .ଏମ ) : ବିଞ୍ଝାରପୁରର ଏକ ଅନର୍‌ କିଲିଂ ମାମଲାର ବିଚାର କରି ଯାଜପୁର ପୋକ୍‌ସୋ କୋର୍ଟ ନାବାଳିକା ଗର୍ଭବତୀ ଝିଅକୁ ହତ୍ୟା କରିଥିବା ବାପା ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀ ଅନୁସାରେ, ୨୦୧୬ ଫେବ୍ରୁଆରି ୧୪ ତାରିଖ ରାତିରେ ବିଞ୍ଝାରପୁର ଥାନା ଅଞ୍ଚଳର ନକୁଳ ଜେନା ଓ ସଞ୍ଜୁ ଜେନା ତାଙ୍କ ଝିଅକୁ ପ୍ରବଳ ମାଡ଼ ମାରିଥିଲେ। ଏହି ସମୟରେ ‌ତାଙ୍କ ଘର ବାଟ ଦେଇ ଯାଉଥିବା ସେହି ଗାଁର ଜଣେ ମହିଳା ମାତାଜୀ ଜେନା ଝିଅର ଚିତ୍କାର ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ସେ ଫେରିବା ବେଳେ ଆଉ କିଛି ସୋରଶବ୍ଦ ନଥିଲା। ପରେ ଏହି ଦମ୍ପତି ନିଜ ଝିଅକୁ ଘର ପଛପଟେ ପୋଡ଼ି ଦେଇ ପାଉଁଶକୁ ନିକଟସ୍ଥ ‌ଖରସ୍ରୋତା ନଦୀରେ ଭସାଇ ଦେଇଥିଲେ।

ଗର୍ଭବତୀ ନାବାଳିକା ଝିଅକୁ ମାରି ପୋଡ଼ିଥିଲେ
ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିଲାନି ଅଭିଯୁକ୍ତ

ଘଟଣାକୁ ନେଇ ସନ୍ଦେହ ହେବାରୁ ମାତାଜୀ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ (ନଂ ୩୬/୨୦୧୬)ରେ ଏକ ମାମଲା ରୁଜୁ କରି ତନାଘନା କରିଥିଲା। ନାବାଳିକା ଝିଅ ୩ ମାସର ଗର୍ଭବତୀ ଥିବାରୁ ପରିବାର ଲୋକ ହତ୍ୟାକାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ହତ୍ୟା ଅପରାଧରେ ଅଭିଯୁକ୍ତ ବାପାମା’ଙ୍କୁ କୋର୍ଟଚାଲାଣ କରିଥିଲା ପୁଲିସ। ଏହି ମାମଲାରେ ୩୦ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଅଧାର କରି ଯାଜପୁର ଫାଷ୍ଟଟ୍ରାକ୍ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ବିଜୟ ଜେନା ଉଭୟ ବାପାମା’ଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ୬ ମାସ ଅଧିକ ଜେଲଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି। ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ। ତେବେ ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *