GeneralLatestNewsPoliticsTOP STORIESଅପରାଧଦୁର୍ନୀତିଦେଶ- ବିଦେଶବାଣିଜ୍ୟରାଜନୀତିରାଜ୍ୟଶିକ୍ଷାସମସ୍ୟା ଭିତ୍ତିକ ଖବର

ବିକାଶ ମେଳାରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କାର୍ଯ୍ୟକ୍ରମ

ବିକାଶ ମେଳାରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କାର୍ଯ୍ୟକ୍ରମ

କଟକ,୨୦-୦୬-୨୦୨୫(ଏସ.ଏମ ) :  ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଜିଲ୍ଲା ବିକାଶ ମେଳାରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭାରତରେ ପ୍ରଚଳିତ ଆଇନଗତ ସହାୟତା ଯୋଜନା ଅଧିନିୟମ ଅନୁଯାୟୀ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।ଏହି ପରିପ୍ରେକ୍ଷୀରେ ସଚେତନତା ଅବଲମ୍ବନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସରକାରଙ୍କ ଦ୍ଵାରା ଦିଆଯାଉଥିବା ବିଭିନ୍ନ ଭତ୍ତା ଓ ସହାୟତା ରାଶି ପ୍ରଦାନ ସ୍ୱରୂପ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅଣସଙ୍ଗଠିତ କ୍ଷେତ୍ରର ୪୦ଜଣ ହିତାଧିକାରୀଙ୍କୁ କାର୍ଡ ଦେବା ସହିତ ସମୁଦାୟ ୨୪ଜଣ ହିତାଧିକାରୀଙ୍କୁ ମୃତ୍ୟୁ ଜନିତ ସହାୟତା, ବିବାହ ସହାୟତା ଏବଂ ଶିକ୍ଷା ସହାୟତା ସ୍ୱରୂପ ୩୨ଲକ୍ଷ ୮୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଥିସହ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ୭ଜଣଙ୍କୁ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ତଥା ବିଧବା ଓ ଭିନ୍ନକ୍ଷମ ଆଦି ଭତ୍ତା ପ୍ରଦାନ କରାଯାଇଥିଲା।ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଅରବିନ୍ଦ ପଟ୍ଟନାୟକ,ଉପ ସଚିବ, ଚିତ୍ତରଞ୍ଜନ ମିଶ୍ର, ସହକାରୀ ସଚିବ, ବିବେକ ସାଶମଲ ଯୋଗଦେଇଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ,ଜଗଦୀଶ ଚନ୍ଦ୍ର ଜେନା ଯୋଗଦେଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପୋ ଉପସ୍ଥିତ ରହି ଜିଲ୍ଲାରେ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ଆଇନଗତ ସହାୟତାରେ ଭତ୍ତା ପ୍ରଦାନ ନିମନ୍ତେ ତ୍ୱରିତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ  ପ୍ରିତିବନ୍ଧନ ଘଡାଇ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ ଙ୍କ ସମେତ ଉଭୟ କାର୍ଯ୍ୟଳୟର ଅଧିକାରୀ ଓ କର୍ମଚାୀମାନେ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *