ରାଜନୀତିରାଜ୍ୟ

ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହ ଦେଓ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଭୁବନେଶ୍ୱର ୧୭-୦୪-୨୦୨୫(ଏସ.ଏମ ) :  ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହ ଦେଓ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଉଲେ୍‌ଖ କରିଛନ୍ତି, ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଜଣେ ସ୍ୱାଭିମାନୀ ଓଡ଼ିଆ ତଥା ଶିକ୍ଷା, ନାରୀ ସଶକ୍ତିକରଣ ସହ ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟୀ।ସୂଚନାଯୋଗ୍ୟ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୫ ମାର୍ଚ୍ଚ ୧୯୧୬ରେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ବ୍ରହ୍ମପୁରରୁ ପ୍ରାୟ ୮୦ କିଲୋମିଟର ଦୂରରେ ଗଞ୍ଜାମ ଜିଲ୍ଲାର ବେଲାଗୁଣ୍ଠାର ଘୁମୁସର ନୂଆଗାମରେ ରହୁଥିଲେ । ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅଧୀନରେ ପାରଳାଖେମୁଣ୍ଡି ଇଷ୍ଟେଟର ଦିୱାନ ଥିଲେ । ବିଜୁ ପଟ୍ଟନାୟକ ଓଡ଼ିଶାର ରେଭେନ୍ସା କଲେଜରେ ଶିକ୍ଷା ଗ୍ରହଣ କରିଥିଲେ କିନ୍ତୁ ବିମାନ ଚଳାଚଳରେ ଆଗ୍ରହ ଯୋଗୁ ସେ ଶିକ୍ଷା ଛାଡି ପାଇଲଟ୍ ଭାବରେ ତାଲିମ ନେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ୍ ଇଣ୍ଡିଆନ୍ ଏୟାର ଫୋର୍ସରେ ଯୋଗ ଦେଇଥିଲେ ।ସେ ୧୯୬୧ ରୁ ୧୯୬୩ ଏବଂ ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୯ ରୁ ୧୯୮୦ ଏବଂ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ୧୪ତମ ଇସ୍ପାତ ଓ ଖଣି ଏବଂ ପ୍ରଥମ କୋଇଲା କେନ୍ଦ୍ର ମନ୍ତ୍ରୀ ଥିଲେ। ୧୯୭୭ ରୁ ୧୯୮୫ ପର୍ଯ୍ୟନ୍ତ ସେ କେନ୍ଦ୍ରାପଡ଼ାରୁ ଲୋକସଭା ସଦସ୍ୟ ଥିଲେ। ୧୯୯୭ ଏପ୍ରିଲ୍ ୧୭ରେ ସେ ଦିଲ୍ଲୀଠାରେ ଇହଧାମ ତ୍ୟାଗ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *