ବିଜେଡି ହାତରୁ ଖସିଗଲା ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷ ପଦ
ବିଜେଡି ହାତରୁ ଖସିଗଲା ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷ ପଦ
ଅଧ୍ୟକ୍ଷା ପଦ ହରାଇଲେ କଳ୍ପନା ରାଉତ
କେନ୍ଦ୍ରାପଡ଼ା/ଭୁବନେଶ୍ୱର ୨୮-୦୫-୨୦୨୫(ଏସ .ଏମ ) : ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଶକ୍ତ ଝଟକା। ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ମହାକାଳପଡ଼ାରେ ବିଜେଡି ନିଜର ଗଡ଼ ରକ୍ଷା କରିବାରେ ଅସଫଳ ହୋଇଛି। ବିଜେଡି ହାତରୁ ଖସିଯାଇଛି ମହାକାଳପଡ଼ା ଅଧ୍ୟକ୍ଷ ପଦ।ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ଅନାସ୍ଥା ସପକ୍ଷରେ ୪୯ଟି ଭୋଟ ପଡ଼ିଥିଲା। ଏଣେ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ ଭୋଟ ଦାନରୁ ବିରତ ରହିଥିଲେ।