LatestNewsPoliticsTOP STORIESରାଜନୀତିରାଜ୍ୟ

ବିଜେପି ଗ୍ରାମୀଣ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ବିଜେପି ଗ୍ରାମୀଣ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ସାଲେପୁର/୦୭-୦୪-୨୦୨୫(ଏସ.ଏମ ) :   ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଜେପି କଟକ ଗ୍ରାମୀଣ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଲେପୁର ମାଛୁଆତିଠାରୁ ଏକ ବିରାଟ ପଟୁଆରରେ ଖୋଲାଗାଡ଼ିରେ ଶତାଧିକ ବିଜେପି କର୍ମୀମାନଙ୍କ ଗହଣରେ ବାଜା ଓ ବାଣ ଫୁଟାଇ ବିଜେପି କଟକ ଗ୍ରାମୀଣ ଜିଲ୍ଲା ସଭାପତିଙ୍କୁ ସାଲେପୁର କେଶବମଣ୍ଡପକୁ ଅଣାଯାଇଥିଲା। କେଶବ ମଣ୍ଡପ ପରିସରରେ ସାଲେପୁର ସ୍ଵାଭିମାନ ମଞ୍ଚର ସଭାପତି ମନୋରଞ୍ଜନ ରାଉତରାୟଙ୍କ ସଂଯୋଜନାରେ ‘ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ’ର ଅଧ୍ୟକ୍ଷ ସନ୍ତୋଷ କୁମାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ବିଜେପି କଟକ ଗ୍ରାମୀଣ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି, ସମ୍ମାନିତ ଅତିଥୁ ରୂପେ ବରିଷ୍ଠ ବିଜେପି ନେତା ପ୍ରସନ୍ନ ମିଶ୍ର, ଶେର ବଜାରର ସଭାପତି କୃଷ୍ଣଚନ୍ଦ୍ର ଲେଙ୍କା ଯୋଗଦେଇଥିଲେ। ଏହି ଅବସର ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଭାପତି ଶ୍ରୀ ମହାନ୍ତିଙ୍କୁ ସମ୍ବନ୍ଧିତ କରାଯାଇଥିଲା। ସ୍ମୃତିରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଆଶୁତୋଷ ପଟ୍ଟନାୟକ, ମେଘୁ ସିଂ, ପ୍ରଭାକର ଦାଶ, ରାମଚନ୍ଦ୍ର ସାହୁ, ବିନୀତ ରଞ୍ଜନ ବିଶ୍ଵାଳ, ଶେଖ ନଯିବୁଲ୍ଲା, ସନ୍ତୋଷ କୁମାର ଭୂୟାଁ, ହୃଷିକେଶ ରାଉତ, ତ୍ରିଲୋଚନ ପାତ୍ର, ଭାବଗ୍ରାହୀ ବେହେରା, ବରିଷ୍ଠ ବିଜେପି ନେତ୍ରୀ ବିଜୟଲକ୍ଷ୍ମୀ ଦାଶ,ରମେଶ କୁମାର ରାଉତ ,ପୂର୍ଣିମା ବସ୍ତିଆ, ଲକ୍ଷ୍ମୀପ୍ରିୟା ମହାନ୍ତି ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଜେପି ସମର୍ଥକମାନେ ଅଧିକ ସଂଖ୍ୟାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ସାଲେପୁର ଅଂଚଳରେ ଆଗକୁ କିଛି ପରିବର୍ତ୍ତନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *