ଦେଶ- ବିଦେଶ

ବିଦେଶରେ ଉତ୍କଳ ଦିବସ

ବିଦେଶରେ ଉତ୍କଳ ଦିବସ

କତାରରେ ପାଳିତ ହେଲା ଉତ୍କଳ ଦିବସ, ଓଡ଼ିଶାର ଗୌରବମୟ ଗାଥା ଗାଇଲେ ପ୍ରବାସୀ ଓଡ଼ିଆ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୬-୦୪-୨୦୨୫( ଏସ.ଏମ ) :   ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କତାର’ ଆନୁକୁଲ୍ୟରେ ୯୦ତମ ଉତ୍କଳ ଦିବସ ଗତ ଅପ୍ରେଲ ମାସ ୧୧ ତାରିଖରେ କତାରସ୍ଥିତ ହଲିଡେ ଭିଲ୍ଲା ହୋଟେଲ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବର୍ଣାଢ୍ୟ ସଂଧ୍ୟାକୁ କାତାରସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ଶ୍ରୀ ଜ୍ଞାନବୀର ସିଂହ ମହାଶୟ ମୂଖ୍ୟଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ସହ ଉଦଘାଟନ କରିଥିଲେ। କାତାରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ୍ ର ଅଧ୍ୟକ୍ଷା ଆସ୍ନା ନାଫିସ୍ ଏବଂ ଭାରତୀୟ ସାଂସ୍କୃତିକ ପରିଷଦ ର ସଭାପତି ପି. ମଣିକନ୍ଦନ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ‘ଉତ୍କଳିକା କାତାର’ ର ସଭାପତି ଡା. ବସନ୍ତ କୁମାର କବି ଉପସ୍ଥିତ ୨୦୦ ରୁ ଅଧିକ ପ୍ରବାସୀ ଓଡିଆ ମାନଂକୁ ୧୯୩୬ ମସିହା ଅପ୍ରେଲ ମାସ ୧ ତାରିଖରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଗଠନ ତଥା ଉତ୍କଳ ଜନନୀ ର ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନ ସଂପର୍କ ରେ ଆଲୋକପାତ କରିଥିଲେ।

NEWS BY BIJAY KUMAR PANDA

 ଏହି କାର୍ଯ୍ୟକ୍ରମରେ ଓଡିଶାରେ ଜନ୍ମ ନ ନେଇ ବି ଓଡିଆ ମାଟି,ପାଣି,ପବନକୁ ଭଲ ପାଉଥିବା ତଥା ଉତ୍କଳିକା କାତାର ସାଗଂରେ ନିବିଡ ଭାବେ ଜଡିତ ଥିବା ଏକ ଦରଦୀ ମଣିଷ ସ୍ୱର୍ଗତ ଇନ୍ଦାଣୀ ବାନାର୍ଜୀ କବିଂକୁ ମରଣୋତ୍ତର କର୍ମବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏଥିସହିତ ସଂଗଠନରେ ବିଶିଷ୍ଠ ଅବଦାନ ପାଇଁ ପ୍ରବାସୀ ଓଡିଆ ନିବେଦିତା ଦାଶ ତଥା ମଳୟ ବାଇ ପ୍ରମୂଖଂକୁ ମଧ୍ୟ “କର୍ମବୀର ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ସମାରୋହରେ ଓଡିଶାର ସଂଗୀତ,କଳା, ନୃତ୍ୟ ଓ ସ୍ୱତନ୍ତ୍ରତା ସଂଗ୍ରାମୀମାନଂକୁ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବାର ଲକ୍ଷ୍ୟ ନେଇ ପ୍ରବାସୀ ଓଡିଆ ମାନଂକ ଦ୍ୱାରା ପ୍ରସ୍ତୁତ ଓଡିଶୀ ତଥା ଲୋକନୃତ୍ୟ ଆଦି ପ୍ରଦର୍ଶିତ ହୋଇଥିଲା। ଏହି ସଂନ୍ଧ୍ୟାର ମୂଖ୍ୟ ଆକର୍ଷଣ ଥିଲେ ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ ଶଶାଂକ ଶେଖର । ତାଙ୍କ ଭାବଭରା ସଂଗୀତର ତାଳେ ତାଳେ ପ୍ରବାସୀ ଓଡିଆ ମାନେ ଝୁମି ଉଠିଥିଲେ । ‘ଉତ୍କଳିକା କାତାର’ର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦିକା ଇପ୍ସିତା ଶତପଥୀ, ସାଂସ୍କୃତିକ ସଂପାଦକ ସାଗର ମହାନ୍ତି ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ। ପରିଚାଳନା ସମିତି ର ପ୍ରମୂଖ ଉପଦେଷ୍ଠା ଖାରବେଳ ପାଣିଗ୍ରାହୀ, ସରୋଜ କୁମାର ପଣ୍ଡା, ଦୀପକ ପଟେଲ, ଡା. ଶାରଦା ପ୍ରସାଦ ଡାକୁଆ, କାଜଲ୍ ବିଶ୍ୱାଳ, ଗୌତମ ମେହେର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପୁନମ୍ ଜାନପ୍ପାରେଡ୍ଡି,ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପ୍ରୀୟଦର୍ଶନୀ ସେନାପତି, ରଶ୍ମିତା ମିଶ୍ର, ପ୍ରିୟଦର୍ଶୀ ଦାଶ,ବିଭୂ ଆଚାର୍ଯ୍ୟ, ସତ୍ୟଜିତ ସାମଲ, ଜଗନ୍ନାଥ ଗନ୍ତାୟତ, ସୁନୀଲ ଡାକୁଆ ପ୍ରମୂଖ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଶେଷରେ ଉପସ୍ଥିତ ଦର୍ଶକ ମାନଂକୁ ଧନ୍ୟବାଦ ଅର୍ପଣ ସହ ସାଂସ୍କୃତିକ ସନ୍ଧ୍ୟାର ସମାପନ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *