ଦେଶ- ବିଦେଶରାଜନୀତିରାଜ୍ୟ

ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଲାଗି ପ୍ରସ୍ତାବ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ

ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଲାଗି ପ୍ରସ୍ତାବ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ

ଭୁବନେଶ୍ୱର ୨୯.୦୪.୨୦୨୫(ଏସ .ଏମ ) :  ରିଷ୍ଠ କଂଗ୍ରେସ ନେତା ତଥା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ଆଲୋଚନା ଲାଗି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ । ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତର ଆଗାମୀ ରଣନୀତି ପ୍ରସଙ୍ଗରେ ସଂସଦରେ ସ୍ବତନ୍ତ୍ର ଅଧିବେଶନ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସେ।ତେବେ ସ୍ବତନ୍ତ୍ର ଅଧିବେଶନ ଜରିଆରେ ବିଭିନ୍ନ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ସାଂସଦମାନେ ଏକଜୁଟ ହୋଇ ଏକତା ଓ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇପାରିବେ ବୋଲି ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ଭାରତୀୟ ଆତଙ୍କବାଦ ବିରୋଧରେ ଏକଜୁଟ୍ ଅଛୁ ବୋଲି ଦେଖାଇବା ଦରକାର କହି ପ୍ରଧାନମନ୍ତ୍ରୀଙ୍କୁ ଉଭୟ ଗୃହରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଅନୁରୋଧ କରିଛନ୍ତି ରାହୁଲ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *