ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି
ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ବରେ ଗଠନ କରାଯାଇଥିବା କମିଟି ଦୁର୍ଘଟଣାର କାରଣ ଖୋଜିବ
ଅହମଦାବାଦ୍/ଭୁବନେଶ୍ୱର ୧୪-୦୬-୨୦୨୫(ଏସ .ଏମ ) : ଅହମ୍ମଦାବାଦରେ ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ବରେ ଗଠନ କରାଯାଇଥିବା କମିଟି ଦୁର୍ଘଟଣାର କାରଣ ଖୋଜିବ। ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ କମିଟି ଗଠନ ସମ୍ପର୍କରେ ସୂଚନା ଦିଆଯାଇଛି। ବିମାନ ଦୁର୍ଘଟଣା ରୋକିବା ଏବଂ ପରିଚାଳନା କରିବା ପାଇଁ ଜାରି କରାଯାଇଥିବା ଏସଓପି ପାଳନ କରାଯାଇଥିଲା କି ନାହିଁ ଏହି କମିଟି ତାହାର ଯାଞ୍ଚ କରିବ ।
ସେହିପରି ଭବିଷ୍ୟତରେ ଏପରି ଘଟଣାର ମୁକାବିଲା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀକୁ ନେଇ ମଧ୍ୟ ଏହି କମିଟି ପରାମର୍ଶ ଦେବ । ୩ ମାସ ମଧ୍ୟରେ ଯାଞ୍ଚ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ ଏହି କମିଟି । ଗୁରୁବାର ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ମୋଟ ୨୬୫ ଜଣଙ୍କ ମୃତ୍ୟୁ ଘଟିଥିଲା । ବିମାନଟି ଅହମ୍ମଦାବାଦରୁ ଇଂଲଣ୍ଡ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ମେଘାନୀନଗରରେ ଥିବା ମେଡ଼ିକାଲ କଲେଜର ହଷ୍ଟେଲରେ ପିଟି ହୋଇଥିବା ସମ୍ପୂର୍ଣ୍ଣ ଜଳି ଯାଇଥିଲା । ମାତ୍ର ଜଣେ ଯାତ୍ରୀଙ୍କ ଛାଡ଼ି ସମସ୍ତ ଯାତ୍ରୀ ଓ କ୍ର୍ୟୁ ମେମ୍ବର ଏବଂ ମେଡ଼ିକାଲ କଲେଜର କିଛି ଛାତ୍ର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ।