TOP STORIESଦେଶ- ବିଦେଶରାଜନୀତି

ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ‘ରକ୍ତ ବହିବ’ ମନ୍ତବ୍ୟକୁ କଡ଼ା ସମାଲୋଚନା କଲେ ଅୱେସି

ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ‘ରକ୍ତ ବହିବ’ ମନ୍ତବ୍ୟକୁ କଡ଼ା ସମାଲୋଚନା କଲେ ଅୱେସି

ଅୱେସି କହିଛନ୍ତି, ଏଭଳି ପିଲାଳିଆ କଥା ଭୁଲି ଯାଆନ୍ତୁ। ସେ ଜାଣନ୍ତି ନାହିଁ ତାଙ୍କ ଜେଜେବାପା ଓ ତାଙ୍କ ମା’ଙ୍କର କ’ଣ ହୋଇଥିଲା। ତାଙ୍କ ମା’ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୯.୦୪.୨୦୨୫(ଏସ .ଏମ ) : ପାକିସ୍ତାନର ରାଜନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ‘ରକ୍ତ ବହିବ’ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି କହିଛନ୍ତି ଯେ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ମନେ ରଖିବା ଉଚିତ ଯେ ତାଙ୍କ ମା’ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ଏବଂ ତାଙ୍କ ଜେଜେବାପା ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ଜୁଲ୍‌ଫିକର ଅଲି ଭୁଟ୍ଟୋଙ୍କୁ କିଏ ହତ୍ୟା କରିଛି। ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ଏବଂ ଶାସକ ମେଣ୍ଟର ସଦସ୍ୟ ଥିବା ବିଲାୱଲ ଭୁଟ୍ଟୋ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ପର୍ଯ୍ୟଟକ ଓ ଜଣେ କାଶ୍ମୀରୀଙ୍କ ମୃତ୍ୟୁ ପରେ ସିନ୍ଧୁଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତି ଉପରେ କଡ଼ା ଜବାବ ଦେଇଥିଲେ। ଶୁକ୍ରବାର ଏକ ରାଲିରେ ସେ କହିଥିଲେ, ସିନ୍ଧୁ ଆମର ଓ ଆମର ହୋଇ ରହିବ। ହୁଏତ ଆମର ଜଳ ଏହା ଦେଇ ପ୍ରବାହିତ ହେବ କିମ୍ବା ସେମାନଙ୍କର ରକ୍ତ। ଏହି ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦଳୀୟ ସ୍ତରରୁ ଊର୍ଦ୍ଧ୍ବକୁ ଉଠି ରାଜନେତାମାନେ ପିପିପି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି।ଏହି ମନ୍ତବ୍ୟ ସମ୍ପର୍କରେ ପଚରାଯିବାରୁ ଅୱେସି କହିଛନ୍ତି, ଏଭଳି ପିଲାଳିଆ କଥା ଭୁଲି ଯାଆନ୍ତୁ। ସେ ଜାଣନ୍ତି ନାହିଁ ତାଙ୍କ ଜେଜେବାପା ଓ ତାଙ୍କ ମା’ଙ୍କର କ’ଣ ହୋଇଥିଲା। ତାଙ୍କ ମା’ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ତେଣୁ ଅନ୍ତତଃ ସେ ଏଭଳି କଥା କହିବା ଉଚିତ ନୁହେଁ। ଯେତେବେଳେ ସେମାନେ ତୁମ ମା’ଙ୍କୁ ଗୁଳି କରିଥିଲେ, ତାହା ହେଉଛି ଆତଙ୍କବାଦ। ଆଉ ଯେତେବେଳେ ସେମାନେ ଆମ ମା’ ଓ ଝିଅଙ୍କୁ ହତ୍ୟା କରନ୍ତି, ତାହା ନୁହେଁ। ୨୦୦୭ ଡିସେମ୍ବର ୩୦ରେ ରାୱଲପିଣ୍ଡି ରେ ଏକ ସାଧାରଣ ସଭାରେ ବେନାଜିର ଭୁଟ୍ଟୋଙ୍କୁ ହତ୍ୟା କରାଯାଇଥିଲା। ଏହି ଆତ୍ମଘାତୀ ବିସ୍ଫୋରଣରେ ଅଲକାଏଦା ଓ ତାଲିବାନ ସମେତ ଏକାଧିକ ଆତଙ୍କବାଦୀ ସଂଗଠନ ଜଡ଼ିତ ଥିଲେ ମଧ୍ୟ ଏହି ମାମଲାର ସମାଧାନ ଆଜିଯାଏ ହୋଇପାରିନାହିଁ। ବିଲାୱଲ ଭୁଟ୍ଟୋଙ୍କ ମନ୍ତବ୍ୟକୁ ନେଇ ଭାରତୀୟ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ତାଙ୍କ ମାନସିକ ସ୍ଥିତି ଯାଞ୍ଚ କରିବାକୁ କୁହନ୍ତୁ, ସେ କେଉଁ ପ୍ରକାର ବୟାନ ଦେଉଛନ୍ତି। କଂଗ୍ରେସ ସାଂସଦ ଶଶୀ ଥରୁର ଏହି ମନ୍ତବ୍ୟକୁ ଉତ୍ତେଜନାମୂଳକ ବୋଲି କହିଛନ୍ତି। ଯଦି ରକ୍ତ ବହିବ, ତେବେ ଏହା ସମ୍ଭବତଃ ଆମଠାରୁ ଅଧିକ ସେମାନଙ୍କ ପଟେ ବହିବ ବୋଲି ଥରୁର କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *