ଦେଶ- ବିଦେଶ

ବିଶ୍ବକୁ ଘାରିଛି ଭୂକମ୍ପର ଭୟ

ବିଶ୍ବକୁ ଘାରିଛି ଭୂକମ୍ପର ଭୟ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୬-୦୪-୨୦୨୫( ଏସ.ଏମ ) :  ଭୂକମ୍ପ… ଭୂକମ୍ପ… ଭୂକମ୍ପ… ଗତ ମାସେ ଧରି ଏହି ଭୂକମ୍ପ ନାଁ ଶୁଣି ଶୁଣି ମନରେ ଭୟ ଆସିଗଲାଣି । ସକାଳ ହେବା କ୍ଷଣି ଖବର କାଗଜରେ ଭୂକମ୍ପର ଖବର ବାହାରିଥିବ କିମ୍ବା ଟିଭିରେ ଭୂକମ୍ପକୁ ନେଇ ବ୍ରେକିଂ ଚାଲିଥିବ। ଯଦିଓ ଭାରତରେ ଭୂକମ୍ପର ଏତେ ବଡ ପ୍ରଭାବ ଏଯାଏଁ ପଡିନି ମାତ୍ର ବିଶ୍ବର ବିଭିନ୍ନ ଦେଶକୁ ଭୂକମ୍ପ ଦୋହଲାଇ ଦେଇସାରିଲାଣି । ଯେଉଁ ଖବର ଦେଖି ମନରେ ଭୂକମ୍ପକୁ ନେଇ ଭୟ ବି ଏକପ୍ରକାର ଜାଗ୍ରତ ହେଲାଣି । ଭୂକମ୍ପ ତ ଉକ୍ତ ଦେଶକୁ ଛାରଖାର କରିଦେଉଛି ତାସହ ଅନ୍ୟ ଦେଶକୁ ବି ସଜାଗ କରି ଦେଉଛି । କେତେବେଳେ କେଉଁଠି, କେଉଁ ମୁହୂର୍ତ୍ତରେ ଭୂମିକମ୍ପ ହେବ କହିହେବନି ।ତେବେ ଆଜି ଭୂମିକମ୍ପରେ ଥରିଛି ଆଫଗାନିସ୍ତାନ । ଭୋର ୪ଟା ୪୩ ମିନିଟ ସମୟରେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରହିଛି। ଭୂମିକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।ସେହିପରି ଗତକାଲି ମଧ୍ୟ ଶକ୍ତିଶାଳୀ ଭୂମିକମ୍ପରେ ଥରିଥିଲା ଆମେରିକା । ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର  ଝଟକା ଲାଗିଥିଲା । ଭୂକମ୍ପ ପାଇଁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ମିଳିଥିଲା  । ଦକ୍ଷିଣ କାଲିଫର୍ଣ୍ଣିଆର ଏକ ଛୋଟ କୃଷି ସମ୍ପ୍ରଦାୟ ଜୁଲିଆନ ନିକଟରେ ସକାଳ ୧୦ଟା ୮ ସମୟରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ।ଗତକାଲି ଖାଲି ଆମେରିକାରେ ନୁହେଁ ନେପାଳ ବି ଭୂକମ୍ପରେ ଥରିଥିଲା । ୪.୦ ତୀବ୍ରତାର ଭୂକମ୍ପର ଝଟକା ନେପାଳବାସୀ ଅନୁଭବ କରିଥିଲେ । ତିବ୍ବତରେ ବି ଗତକାଲି ୩.୫ ତୀବ୍ରତା ବିଶିଷ୍ଟ ଭୂକମ୍ପର ଝଟକା ଲାଗିଥିଲା । ତେବେ ସମସ୍ତ ସ୍ଥାନରୁ ଏଯାଏଁ କୌଣସି କ୍ଷୟକ୍ଷତିର ଖବର ଆସିନାହିଁ । ତେବେ ଗତ ୧୪ ତାରିଖ ଦିନ ମଧ୍ୟ ପୁଣିଥରେ ଭୂକମ୍ପରେ ଥରିଥିଲା ମ୍ୟାମାର । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା  ୪.୫ ଥିବା ବେଳେ ଭୂକମ୍ପ ପୁଣି ଥରେ ମ୍ୟାମାରବାସୀଙ୍କ ମନରେ ଛନକା ଭରିଥିଲା । ଗତମାସ ମ୍ୟାମାରରେ ଭୟଙ୍କର ଭୂକମ୍ପ ଫଳରେ ୧୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଭୂକମ୍ପରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଶତାଧିକ ନିଖୋଜ ହୋଇଥିଲେ । ମ୍ୟାମାର ସଙ୍କଟ ସମୟରେ ସହାୟତାର ହାତ ବଢାଇଥିଲା ଭାରତ । ଅପରେସନ ବ୍ରହ୍ମା ଜରିଆରେ ଏନଡିଆରଏଫ ଟିମ୍ ଏବଂ ଯବାନମାନେ ମ୍ୟାମାରରେ ସମସ୍ତ ପ୍ରକାଶ ସହାୟତା ଯୋଗାଇଦେଇଥିଲେ ।ବାରମ୍ବାର ଭୂକମ୍ପ… ବିଶ୍ବର ବିଭିନ୍ନ ଦେଶରେ ଭୂମିକମ୍ପ ଅନୁଭୂତ ହେବା ଏବଂ ଝଟକା ଲାଗିବା ମାନବ ସମାଜ ପାଇଁ ପ୍ରକୃତିର କରାଳ ସଙ୍କେତ ଥିବାବେଳେ ପ୍ରକୃତିକୁ ନଷ୍ଟ କରିବାର କୁପରିଣାମ ବୋଲି ଅନେକ ମତ ଦେଉଛନ୍ତି । 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *