ଖେଳଦେଶ- ବିଦେଶ

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍

ଇତିହାସଠାରୁ ଆଉ ୬୯ ରନ ଦୂରରେ ଦକ୍ଷିଣ ଆଫ୍ରିକା

ଲର୍ଡସ/ନୂଆଦିଲ୍ଲୀ୧୪-୦୬-୨୦୨୫(ଏସ .ଏମ ) :ଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ ରୋଚକ ମୋଡ଼ରେ ପହଞ୍ଚିଛି । ୨୮୨ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୩ୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ୨୧୩ ରନ କରିଛି । ଦଳ ପକ୍ଷରୁ ଆଇଡେନ ମାର୍କରାମ ୧୦୨ ରନ ଓ ଟେମ୍ବା ବାଭୁମା ୬୫ ରନ କରି ଅପରାଜିତ ଅଛନ୍ତି । ଆଉ ୬୯ ରନ କଲେ ଇତିହାସ ସୃଷ୍ଟି କରିବ ଦକ୍ଷିଣ ଆଫ୍ରିକା । କାରଣ ୧୯୯୮ ପରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହେବ ଏହି ଦଳ । ଦକ୍ଷିଣ ଆଫ୍ରିକା ବିଶ୍ବ କ୍ରିକେଟରେ ଏକ ଶକ୍ତିଶାଳୀ ଦଳ ହୋଇଥିଲେ ବି ସବୁବେଳେ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଥାଏ । କିନ୍ତୁ ଏଥର ଏହି ଦଳ ପାଇଁ ଏକ ଭଲ ସୁଯୋଗ ଅଛି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ନିଜ ପ୍ରଥମ ଇନିଂସରେ ୨୧୨ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ନିଜ ପ୍ରଥମ ଇନିଂସରେ ମାତ୍ର ୧୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ନିଜର ୨ୟ ଇନିଂସରେ ୨୦୭ ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୭୩ ରନରେ ୭ଟି ଓ୍ବିକେଟ ହରାଇଥିଲା । ତେବେ ମିଚେଲ ଷ୍ଟାର୍କଙ୍କ ଅପରାଜିତ ୫୮ ରନ ଓ ଅଲେକ୍ସ କେରିଙ୍କ ୪୩ ରନ ବଳରେ ଅଷ୍ଟ୍ରେଲିଆ ଏକ ସମ୍ମାନଜନକ ସ୍କୋର କରିବା ସହ ଦକ୍ଷିଣ ଆଫ୍ରିକାଠାରୁ ୨୮୧ ରନରେ ଅଗ୍ରଣୀ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ କାସିଗୋ ରବାଡା ୪ଟି ଓ ଲୁଙ୍ଗି ଏନଗିଡି ୩ଟି ଓ୍ବିକେଟ ନେଇଥିଲେ ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *