ଦେଶ- ବିଦେଶରାଜନୀତିରାଜ୍ୟ

ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟିତ

ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟନ କରିଛନ୍ତି

ଶ୍ରୀନଗର/ଭୁବନେଶ୍ୱର ୦୭-୦୬-୨୦୨୫(ଏସ .ଏମ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟନ କରିଛନ୍ତି। ଏହି ଇଞ୍ଜିନିୟରିଂ ଚମତ୍କାର ଉଧମପୁର-ଶ୍ରୀନଗର-ବାରମୁଳା ରେଳ ଲିଙ୍କ୍ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପର ଏକ ପ୍ରମୁଖ ଅଂଶ ଏବଂ ବର୍ତ୍ତମାନ କାଶ୍ମୀର ଉପତ୍ୟକାକୁ ରେଳ ମାଧ୍ୟମରେ ବାକି ଭାରତ ସହିତ ସଂଯୋଗ କରୁଛି। କାଶ୍ମୀରରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍‌ ‘ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଏକ ଦୃଢ଼ ବାର୍ତ୍ତା ଦେଇଛି ଯେ ତାଙ୍କ ସରକାର ଏହି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦୀ କଟ୍ରାରେ ୪୬,୦୦୦ କୋଟି ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଚେନାବ ସେତୁ ଉଦ୍‌ଘାଟନ କରିବାର କିଛି ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ହଲାଇ ସେତୁ ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ।

ଗଡ଼ିଲା ଦୁଇଟି ‘ବନ୍ଦେ ଭାରତ’
ଅପରେସନ୍‌ ‘ସିନ୍ଦୂର’ ପରେ ମୋଦୀଙ୍କ ପ୍ରଥମ ଜମ୍ମୁକାଶ୍ମୀର ଗସ୍ତ

ଚେନାବ ସେତୁ ୨୭୨ କିଲୋମିଟର ଦୀର୍ଘ ୟୁଏସ୍‌ବିଆର୍‌ଏଲ୍‌ ପ୍ରକଳ୍ପର ଏକ ଅଂଶ, ଯାହାର ମୂଲ୍ୟ ପ୍ରାୟ ୪୩,୭୮୦ କୋଟି ଟଙ୍କା ଏବଂ ଏଥିରେ ୩୬ଟି ଟନେଲ୍‌ (୧୧୯ କିଲୋମିଟର) ଏବଂ ୯୪୩ଟି ପୋଲ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଓ ଦେଶର ବାକି ଅଞ୍ଚଳ ମଧ୍ୟରେ ସର୍ବକାଳୀନ, ନିରବଚ୍ଛିନ୍ନ ରେଳ ଯୋଗାଯୋଗ ସ୍ଥାପନ କରିବ। ୧୪୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନାବ ରେଳ ସେତୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଓ ଇଞ୍ଜିନିୟରିଂର ଚମତ୍କାର। ନଦୀଠାରୁ ୩୫୯ ମିଟର ଉଚ୍ଚ, ପ୍ୟାରିସ୍‌ ଆଇଫିଲ୍‌ ଟାୱାରଠାରୁ ୩୫ ମିଟର ଉଚ୍ଚ ଏବଂ ଦିଲ୍ଲୀ କୁତବମିନାରଠାରୁ ପ୍ରାୟ ୫ ଗୁଣ ଉଚ୍ଚ ଏହି ପୋଲରେ ୨୮,୬୬୦ ମେଗାଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଯାହା ଉଭୟ ଶୂନ୍ୟ ତାପମାତ୍ରା ଓ ଅତ୍ୟଧିକ ଉତ୍ତାପକୁ ସହ୍ୟ କରିବାରେ ସକ୍ଷମ। ଶକ୍ତିଶାଳୀ ଭୂମିକମ୍ପକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପୋଲରେ ଅତ୍ୟାଧୁନିକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି। ପ୍ରଧାନମନ୍ତ୍ରୀ ଅଞ୍ଜି ନଦୀରେ ଭାରତର ପ୍ରଥମ କେବୁଲ ଷ୍ଟେଡ୍ ରେଳ ସେତୁ-ଅଞ୍ଜି ଖଡ଼ ସେତୁକୁ ଉଦ୍‌ଘାଟନ କରିଥିଲେ। ଅଞ୍ଜି ସେତୁ ନଦୀ ପତ୍ତନଠାରୁ ୩୩୧ ମିଟର ଉଚ୍ଚରେ ଥିବା ବେଳେ ଲମ୍ବ ୭୨୫ ମିଟର ରହିଛି। ଏଥିରେ ୯୬ଟି ହାଇ-ଟେନ୍‌ସିଲ (ଉଚ୍ଚ ତନ୍ୟତାଯୁକ୍ତ) କେବୁଲ ରହିଛି। ଏହି ପୋଲ ମାତ୍ର ୧୧ ମାସରେ ସମ୍ପୂର୍ଣ୍ଣ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *