TOP STORIESଦେଶ- ବିଦେଶରାଜନୀତି

ବିହାରରେ ମୋଦୀଙ୍କ ମେଗା ସୋ

ବିହାରରେ ମୋଦୀଙ୍କ ମେଗା ସୋ

ନିର୍ବାଚନ ପୂର୍ବରୁ ଦେଲେ ବିରାଟ ଭେଟି

ପାଟଣା/ଭୁବନେଶ୍ୱର୩୦-୦୫-୨୦୨୫ (ଏସ .ଏମ ) : ନିର୍ବାଚନ ପୂର୍ବରୁ ବିହାରକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ମାସ କେଇଟା ପରେ ବିହାର ଦେଖିବ ବିଧାନସଭା ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଏହା ପୂର୍ବରୁ ବିହାରବାସୀଙ୍କୁ ବିରାଟ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିହାର ପାଇଁ ୪୮,୫୨୦ କୋଟି ଟଙ୍କାର ଉପହାର ନେଇ ଯାଇଥିବା ମୋଦୀ ଆଜି କାରକାଟ ସଭାରେ ଘୋଷଣା କରିଛନ୍ତି । ୪୮,୫୨୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ ଯେଉଁଥିରେ ରାଜ୍ୟର ବିକାଶମୂଳକ କାର୍ଯ୍ଯ ତ୍ବରାନ୍ବିତ ହେବ । କିଛି ପ୍ରକଳ୍ପର ଉଦଘାଟନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।ତେବେ ବିହାରକୁ ଭେଟି ଦେବା ପରେ ଏକ ଜନସଭାକୁ ମଧ୍ଯ ସମ୍ବୋଧନ କରିବେ ମୋଦୀ । ଏଥିପାଇଁ ସ୍ବତନ୍ତ୍ର ରାଲିରେ ମୋଦୀ କାରକାଟ ସଭାସ୍ଥଳରେ ପହଞ୍ଚିଛନ୍ତି । ବିରାଟ ସଭା ମଞ୍ଚରେ ମୋଦୀଙ୍କୁ ମଧୁବନୀ କଳାରେ ପ୍ରସ୍ତୁତ ଏକ ସାଲ୍ ଉପହାର ଦିଆଯାଇଛି । ମଞ୍ଚରେ ମୋଦୀ ବିହାର ମୁଖ୍ଯମନ୍ତ୍ରୀଙ୍କ ସହ କଥା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ମୋଦୀ ପାଟଣାରେ ରୋଡ୍ ସୋ’ କରିଥିଲେ । ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ରାସ୍ତାର ଦୁଇ ପଟେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମଳିଥିଲା । ସବୁଠି ତ୍ରିରଙ୍ଗା ପତାକାର ଲହରୀ ଏବଂ ମୋଦୀଙ୍କ ଉପରେ ପୁଷ୍ପ ବର୍ଷା ହେଉଥିଲା ।ଅପରେସନ୍ ସିନ୍ଦୂର ପରେ ମୋଦୀ ପ୍ରଥମ ଥର ପାଇଁ ବିହାର ଗସ୍ତରେ ଥିବା ବେଳେ ଗତକାଲି ମୋଦୀ ବିଜେପି ପାର୍ଟି ଅଫିସରେ ନେତା ମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଗାମୀ ନିର୍ବାଚନ ନେଇ ମନ୍ତ୍ର ଦେଇଥିଲେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *