ଦେଶ- ବିଦେଶ

ବୀରଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବୀରଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆଜି ସକାଳେ ସକାଳେ ଆଦମପୁର ଗସ୍ତ କରି ସେଠାରେ ଥିବା ବୀର ଯବାନମାନଙ୍କ ସହ ବୀରତ୍ବର ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ

ଅମୃତସର/ଭୁବନେଶ୍ୱର ୧୩-୦୫-୨୦୨୫(ଏସ .ଏସ ) : ବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ମୋଦୀ । ଆଜି ସକାଳେ ସକାଳେ ଆଦମପୁର ଗସ୍ତ କରି ସେଠାରେ ଥିବା ବୀର ଯବାନମାନଙ୍କ ସହ ବୀରତ୍ବର ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ ।ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ପ୍ରଥର ଥର ପାଇଁ ଆମ ବୀର ଯବାନଙ୍କ ସହ ସାକ୍ଷାତ କରିଛନ୍ତି । ମୋଦୀଙ୍କ ସହ କଥା ହୋଇ ଯବାନମାନେ ମଧ୍ୟ ଖୁସି ଥିବା ଦେଖିବାକୁ ମିଳିଛି । ଯବାନଙ୍କ ସହ ଫଟୋ ସାମ୍ନାକୁ ଆସିଥିବା ବେଳେ ଏ ଗର୍ବର ମୁହୂର୍ତ୍ତ ଦେଖିଛି ଦେଶ ।ତେବେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଅପରେସନ ସିନ୍ଦୂର ଜରିଆରେ ଆମ ବୀର ଯବାନମାନେ ନିଜର ଅଦମ୍ୟ ସାହସ ଦେଖାଇଥିଲେ । ୩ ସେନା ନିଜର ସାହସ ବଳରେ ପାକିସ୍ତାନକୁ ଧୂଳି ଚଟାଇଲା, ଆତଙ୍କୀଙ୍କୁ ସଫା କଲା । ଗତକାଲି ଭାରତର ବୀର ଯବାନଙ୍କୁ ସଲାମ କରିଥିବା ବେଳେ ସେମାନଙ୍କ ସାହସ, ତ୍ୟାଗକୁ ସବୁ ମାଆ ଓ ଭଉଣୀଙ୍କୁ ସମର୍ପିତ କରିଥିଲେ । ଆଉ ଆଜି ଯବାନଙ୍କୁ ଭେଟିଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *