ଦେଶ- ବିଦେଶମନୋରଞ୍ଜନ

ବୃଦ୍ଧ ଚାଷୀ ଦମ୍ପତିଙ୍କ ହୃଦୟ ବିରାଦକ ଭିଡିଓ ଦେଖି ସହିପାରିଲେନି ସୋନୁ ସୁଦ

ବୃଦ୍ଧ ଚାଷୀ ଦମ୍ପତିଙ୍କ ହୃଦୟ ବିରାଦକ ଭିଡିଓ ଦେଖି ସହିପାରିଲେନି ସୋନୁ ସୁଦ

ସେମାନଙ୍କ ପାଇଁ ମୁଁ ବଳଦ ପଠାଉଛି । ଏ ବୟସରେ ଟ୍ରାକ୍ଟର ଚଳାଇବା ତାଙ୍କ ପାଇଁ ସମ୍ଭବ ନୁହେଁ ତେଣୁ ବଳକ ହିଁ ଠିକ୍ ହେବ ବୋଲି ସୋନୁ ସୁଦ କହିଛନ୍ତି । କରୋନା ସମୟ ଠାରୁ ସୋନୁ ସୁଦ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଆସିଛନ୍ତି

ମୁମ୍ବାଇ/ଭୁବନେଶ୍ୱର ୦୪-୦୭-୨୦୨୫(ଏସ .ଏମ ) : ବୃଦ୍ଧ ଚାଷୀ ଦମ୍ପତିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅଭିନେତା ସୋନୁ ସୁଦ । ଦାରିଦ୍ରତା କାରଣରୁ ନିଜେ ବଳଦ ସାଜି ହଳ କରୁଥିବା ବୃଦ୍ଧ ଦମ୍ପତିଙ୍କ ହୃଦୟ ବିଦାରକ ଭିଡିଓ ଦେଖି ସହିପାରିଲେନି ସୋନୁ ସୁଦ, ବଢାଇ ଦେଲେ ସହାୟତାର ହାତ । ସୋସିଆଲ ମିଡିଆରେ କହିଲେ-ସେମାନଙ୍କ ପାଇଁ ମୁଁ ବଳଦ ପଠାଉଛି । ଏ ବୟସରେ ଟ୍ରାକ୍ଟର ଚଳାଇବା ତାଙ୍କ ପାଇଁ ସମ୍ଭବ ନୁହେଁ ତେଣୁ ବଳକ ହିଁ ଠିକ୍ ହେବ ବୋଲି ସୋନୁ ସୁଦ କହିଛନ୍ତି । କରୋନା ସମୟ ଠାରୁ ସୋନୁ ସୁଦ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଆସିଛନ୍ତି ।

ତେବେ ଖାଲି ସୋନୁ ସୁଦ ନୁହେଁ ମହାରାଷ୍ଟ୍ରର ଏ ଚାଷୀଙ୍କ ଭିଡିଓ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଉକ୍ତ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଛି ପ୍ରଶାସନ ଆଉ ପଚାରି ବୁଝିଛି ସେମାନଙ୍କ ସମସ୍ୟା କଥା ।

ତେବେ ମହାରାଷ୍ଟ୍ରର ୭୫ ବର୍ଷୀୟ ବୃଦ୍ଧ ଅମବାଦାସ ପାଓ୍ଵାର ଏବଂ ତାଙ୍କ ପତ୍ନୀ ମୁକ୍ତାବାଇ ଦୁହେଁ ଚାଷ ପାଇଁ ନିଜେ ହଳ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସେମାନେ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ନା ତାଙ୍କ ପାଖରେ ଟଙ୍କା ଅଛି ନା ଟ୍ରାକ୍ଟର କିମ୍ବା ଲୋକ ଲଗାଇ ଚାଷ କରିବାକୁ ସାମର୍ଥ୍ୟ ଅଛି ତେଣୁ ସେମାନେ ବାଧ୍ଯ ହୋଇ ଏ ବୟସରେ ବି ସଂଘର୍ଷ କରି ଚାଷ କରୁଛନ୍ତି ଆଉ ପେଟ ପୋଷୁଛନ୍ତି । ଗତ କିଛି ବର୍ଷ ହେବ ନିଜ ବିଲକୁ ନିଜେ ଏମିତି ବଳଦ ସାଜି ଚାଷ କରୁଛନ୍ତି ବୃଦ୍ଧ ଚାଷୀ । ଆଉ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ବୃଦ୍ଧା ପତ୍ନୀ । ଏଡେ ବଡ଼ ବିଲରେ ବଳଦ ଜାଗାରେ ବୃଦ୍ଧ ନିଜେ ବାନ୍ଧି ହୋଇ ଲଙ୍ଗଳକୁ ଟାଣୁଛନ୍ତି ଆଉ ତାଙ୍କ ପତ୍ନୀ ପଛରେ କାଠର ଦେଶୀ ଲଙ୍ଗଳ ଧରି ହଳ କରି କରି ଚାଲିଛନ୍ତି.. ଏ ଭିଡିଓ ସାରା ଦେଶକୁ ଚିନ୍ତିତ କରିଥିବା ବେଳେ ଏବେ ସେମାନଙ୍କୁ ସବୁ ଆଡୁ ସହାୟତାର ହାତ ବଢୁଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *