ବୋମା ବିସ୍ପୋରଣ ଜଣେ ମୃତ ଜଣେ ଗୁରୁତର
ବୋମା ବିସ୍ପୋରଣ ଜଣେ ମୃତ ଜଣେ ଗୁରୁତର
ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଷଢେଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସେହି ଗ୍ରାମର ନିରାକାର ସିଂ।
ଭୁବନେଶ୍ୱର ୦୭-୦୪-୨୦୨୫(ଏସ.ଏମ ) : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଷଢେଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।
ମୃତକ ଜଣକ ହେଲେ ସେହି ଗ୍ରାମର ନିରାକାର ସିଂ। ଗୁରୁତର ଲୁଲୁ ସେନାପତିଙ୍କର ଗୋଟିଏ ଗୋଡ଼ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଆହତ ବଣ୍ଟି ଅରିସଲଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଏଥିରେ ସାମାନ୍ୟ ଆହତ ହୋଇଇଥିବା ଜଣାଯାଇଛି।ବୋମା ବିସ୍ଫୋରଣ କାରଣ ଅସ୍ପଷ୍ଟ ରହିଛି। ନିରାକାର ସିଂ ବୋମା ଭିଡ଼ୁଥିବା ସମ୍ପର୍କରେ ଅଞ୍ଚଳରେ ଚର୍ଚ୍ଚା ହେଉଥିବାବେଳେ କିନ୍ତୁ ଅନ୍ୟ କେଉଁଠିକୁ ସ୍ଥାନାନ୍ତର ବେଳେ ବାଇକ ଦୁର୍ଘଟଣାରେ ଏପରି ବିସ୍ଫୋରଣ ହୋଇଛି ବୋଲି ସଦର ଥାନା ଆଇଆଇସି କାହ୍ନୁ ଚରଣ ସ୍ୱାଇଁ ଜଣାଇଛନ୍ତି। ଏଥିରେ ଗୋଟିଏ ମଟର ସାଇକେଲ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।