ଦେଶ- ବିଦେଶରାଜନୀତି

ବ୍ରିକ୍ସ ସମ୍ମିଳନୀରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି

ବ୍ରିକ୍ସ ସମ୍ମିଳନୀରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି

ବ୍ରିକ୍ସ ସମ୍ମିଳନୀରେ ଭାରତକୁ ବଳ ମିଳିଲା, ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ନେଇ ସହମତି

ନୂଆଦିଲ୍ଲୀ/ଭୁବନେଶ୍ୱର୦୮-୦୭-୨୦୨୫( ଏସ .ଏମ ) : ବ୍ରାଜିଲରେ ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଦାବି କରାଯାଇଛି। ଏହି ପରିଷଦରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି। ଏକ ମିଳିତ ଘୋଷଣାନାମାରେ ବ୍ରିକ୍ସ ନେତୃବୃନ୍ଦ ଜାତିସଂଘ, ବିଶେଷକରି ସୁରକ୍ଷା ପରିଷଦରେ ବ୍ୟାପକ ସଂସ୍କାର ପାଇଁ କହିଛନ୍ତି। ଏହାକୁ ଅଧିକ ଗଣତାନ୍ତ୍ରିକ, ପ୍ରତିନିଧିମୂଳକ, ପ୍ରଭାବୀ ଓ ସୁଦକ୍ଷ କରିବା ପାଇଁ ଉଲ୍ଲେଖ କରାଯାଇଛି।

ସୁରକ୍ଷା ପରିଷଦରେ ବିକାଶଶୀଳ ଦେଶଗୁଡ଼ିକର ଅଧିକ ପ୍ରତିନିଧିତ୍ବ ଦାବି କରାଯାଇଛି। ଏଥିରେ ଆଫ୍ରିକା, ଏସିଆ ଏବଂ ଲାଟିନ ଆମେରିକାର ଉଦୀୟମାନ ଅର୍ଥନୀତିଗୁଡ଼ିକୁ ସାମିଲ କରାଗଲେ ବର୍ତ୍ତମାନର ଭୌଗୋଳିକ ରାଜନୈତିକ ବାସ୍ତବତା ପ୍ରତିଫଳିତ ହେବ ବୋଲି କୁହାଯାଇଛି। ବ୍ରିକ୍ସ ଦେଶଗୁଡ଼ିକ ଭାରତର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଆପଣାଇବା ଉପରେ ଘୋଷଣାନାମାରେ ଗୁରୁତ୍ବାରୋପ କରାଯାଇଛି। ଏଥିସହିତ ଆତଙ୍କବାଦର ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ଦୋମୁହାଁ ନୀତିକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା
ବାଣିଜ୍ୟ ପ୍ରତିବନ୍ଧକୁ ନେଇ ଉଦ୍‌ବେଗ

ଆତଙ୍କବାଦଜନିତ ବିପଦର ମୁକାବିଲା କରିବା ପ୍ରତ୍ୟେକ ଦେଶର ମୌଳିକ ଦାୟିତ୍ବ ଏବଂ ଅନ୍ତର୍ଜାତୀୟ ନିୟମ ଅନୁସାରେ ପ୍ରତ୍ୟେକ ଦେଶ ସେମାନଙ୍କ ଦାୟିତ୍ବ ନିଭାଇବା ଉଚିତ। ବାଣିଜ୍ୟ କ୍ଷେତ୍ରରେ ଏକପାଖିଆ ଶୁଳ୍କ ଏବଂ ଅଣଶୁଳ୍କ ପ୍ରତିବନ୍ଧକ ପ୍ରସଙ୍ଗକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହାଦ୍ବାରା ବ୍ରିକ୍ସ ନେତୃବୃନ୍ଦ ଆମେରିକାର ବାଣିଜ୍ୟ ନୀତିକୁ ସମାଲୋଚନା କରିଥିବା କୁହାଯାଉଛି। ଏଭଳି ନୀତି ବିଶ୍ବର ବାଣିଜ୍ୟ ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି। ଏଥିସହିତ ବିଶ୍ବରେ ବର୍ତ୍ତମାନ ଚାଲିଥିବା ସଂଘର୍ଷକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପାଲେଷ୍ଟାଇନରେ ଦେଖାଦେଇଥିବା ସମସ୍ୟା ଅନ୍ତର୍ଜାତୀୟ ଆଇନ ଅନୁସାରେ ସମାଧାନ ପାଇଁ ଘୋଷଣାନାମାରେ କୁହାଯାଇଛି।

ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଗାମୀ ଦିନରେ ଭାରତର ସଭାପତିତ୍ବ କାଳରେ ବ୍ରିକ୍ସର ପୁନଃସଂଜ୍ଞା ନିର୍ଦ୍ଧାରଣ ହେବ। ସହଯୋଗିତା ଏବଂ ନିରନ୍ତରତା କ୍ଷେତ୍ରରେ ନୂତନତ୍ବ ଆସିବ। ଏଥିସହିତ କୌଣସି ଦେଶ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଓ ପ୍ରଯୁକ୍ତିକୁ ନିଜର ସ୍ବାର୍ଥ ପାଇଁ ଅସ୍ତ୍ର ଭାବେ ବ୍ୟବହାର କରିବା ଉଚିତ ନୁହେଁ। ଏହାର ଯୋଗାଣ ଯେଭଳି ନିରନ୍ତର ରହିବ ସେ ନେଇ ବ୍ରିକ୍ସ ଦେଶଗୁଡ଼ିକ ମିଳିତଭାବେ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ ଭାରତରେ କରିବା ପାଇଁ ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦ ସମର୍ଥନ କରିଛନ୍ତି। ଭାରତର ସଭାପତିତ୍ବରେ ୨୦୨୬ରେ ଏହି ସମ୍ମିଳନୀ ହେବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *