ରାଜ୍ୟଶିକ୍ଷା

ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ବଦଳିକୁ ନା

ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ବଦଳିକୁ ନା

ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ରଦ୍ଦ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

ଭଦ୍ରକ/ଧାମନଗର /କଟକ  ୧୬-୦୫-୨୦୨୫ (ଏସ.ଏମ ) : (ବିଜୟ କୁମାର ପଣ୍ଡା )  ଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ସଂଖ୍ୟା- ଏଚଇ- ଏନସିଇଟି – ଆଇ – ପଲିସି – ୦୦୨-୨୦୨୧-୧୫୫୨୧ / ୧୬-୪-୨୦୨୨ ଅନୁଯାୟୀ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ବ୍ଲକ ଗ୍ରାଣ୍ଟ ପାଉଥିବା କମର୍ଚାରୀମାନଙ୍କୁ ଏକ ଶିକ୍ଷାନୁଷ୍ଠାନରୁ ଅନ୍ୟ ଏକ ଅନୁଷ୍ଠାନକୁ ବଦଳି କରାଯାଇ ପାରିବନାହିଁ। ଜି ଆଇ ଏ ନଂ -୨୦୦୪/ ୨୦୦୮/୨୦୦୯/୨୦୧୪ ଅନୁଯାୟୀ କାର୍ଯ୍ୟରତ କର୍ମଚାରୀମାନେ ଯିଏକି ବେସରକାରୀ ଅନୁଦାନପ୍ରାପ୍ତ କଲେଜରୁ ବ୍ଲକ ଗ୍ରାଣ୍ଟ ପାଉଥିବେ, ସେମାନେ ରାଜ୍ୟ ବ୍ୟାପୀ ସାଧାରଣ କ୍ୟାଡରରେ ଅନ୍ତର୍ଭୁକ୍ତ ନୁହନ୍ତି। ଯାହାଦ୍ବାରା ସେମାନଙ୍କୁ ବଦଳି କରାଯାଇ ପାରିବନାହିଁ।

ଗତ ମାର୍ଚ୍ଚ ୧୦,୨୦୨୫ରେ ଭଦ୍ରକ ଜିଲ୍ଲା ଧାମନଗର କଲେଜରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ଜେନାଙ୍କୁ ଜିଲ୍ଲା ଭିତରେ ଥିବା ମଞ୍ଜୁରିରୋଡସ୍ଥିତ ନାଆମି କଲେଜକୁ ବଦଳି କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗର ଏହି ବଦଳି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ଜେନା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଡ଼ବ୍ଲୁ ଏ ନଂ ୬୮୫/୨୦୨୫ ରିଟ ଅପିଲ କରିଥିଲେ। ଏପରି ବଦଳି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ଉପରେ ୧୬/୪/୨୦୨୨ ରେ ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ବିଚାରକୁ ନେଇ ଆବେଦନକାରୀଙ୍କୁ ଅନ୍ୟତ୍ର ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିବାକୁ ୧୦/୩/୨୫ରେ ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କହିଛନ୍ତି।

ଆବେଦନକାରୀ ଶ୍ରୀ ଜେନା ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ୧୦/୩/୨୦୨୫ ଜାରି କରିଥିବା ବଦଳି ନିର୍ଦ୍ଦେଶ ବିରୁଦ୍ଧରେ ହାଇକୋର୍ଟରେ ଏକ ଡବ୍ଲୁ ପି ସି ନଂ ୭୭୮୩/୨୫ରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ, ଯେଉଁଥିରେ କି ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଉପରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ୨୦/୩/୨୫ ରେ ହାଇକୋର୍ଟରେ ଜଣିକିଆ ଖଣ୍ଡପୀଠ ଆବେଦନକରି ଦାୟର କରିଥିବା ମାମଲାକୁ ରଦ୍ଦ କରିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ ପୁନର୍ବାର ମାମଲା ଦାୟର କରିବା ସହ ରିଟ ଅପିଲ ୬୮୫/୨୦୨୫ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଏମ ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ଜେନାଙ୍କ ଆବେଦନକୁ ଗ୍ରହଣ କରି ଶୁଣାଣିକରି କହିଥିଲେ ଯେ ଉଚ୍ଚ ଶିକ୍ଷା ବିଭାଗ ମୁତାବକ ବିଜ୍ଞପ୍ତି ସଂଖ୍ୟା- ଏଚଇ- ଏନ୍ ସି ଇ ଟି – ଆଇ – ପଲିସି – ୦୦୨- ୨୦୨୧- ୧୫୫୨୧ / ୧୬-୪-୨୦୨୨ ଅନୁଯାୟୀ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ବ୍ଲକ ଗ୍ରାଣ୍ଟ ପାଉଥିବା କମର୍ଚାରୀମାନଙ୍କୁ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଏକ ଅନୁଷ୍ଠାନକୁ ବଦଳି କରାଯାଇ ପାରିବ ନାହିଁ ବୋଲି ଗତ ୭/୫/୨୦୨୫ରେ ରାୟ ପ୍ରଦାନରେ ସ୍ପଷ୍ଟ କରିଥିଲେ।ଏହି ରାୟ ପ୍ରକାଶ ପାଇବା ପରେ ରାଜ୍ୟରେ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଥିବା ଶହ ଶହ ସଂଖ୍ୟାର କର୍ମଚାରୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ଉପରିସ୍ଥ ଅନଭିଜ୍ଞ ଅଧିକାରୀଙ୍କ ହୀନ ମାନସିକତା ସହ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଏପରି ନିର୍ଦ୍ଦେଶ ଦିଆଯାଇଥିବା ନେଇ ସର୍ବସାଧାରଣରେ ଆଲୋଚନା ହେଉଛି। ସ୍ଵଳ୍ପ ବେତନ ପାଇବା ସହ ଦୂର ଦୁରାନ୍ତରୁ ଯାଇ କାର୍ଯ୍ୟ ନିର୍ବାହ କରିବା ପରେ ମଧ୍ୟ ଯଦି ଜଣେ କର୍ମଚାରୀଙ୍କ ବିରୁଦ୍ଧରେ ଏପରି ବେଆଇନ ନିର୍ଦ୍ଦେଶ ଦେବା ଯାହାକି ବ୍ୟକ୍ତିଗତ ରାଜନୈତିକ ଆକ୍ରୋଶ ଶିକାର କିମ୍ବା ଅନଭିଜ୍ଞ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏହି ଘଟଣାକୁ ନେଇ କେବଳ ଧାମନଗର ନୁହେଁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *