ଅପରାଧରାଜ୍ୟ

ବ୍ୟବସାୟୀଙ୍କ ଠାରୁ ୬ କୋଟି ଟଙ୍କା ଠକେଇ: ପଶ୍ଚିମବଙ୍ଗରୁ ଦୁଇ ସାଇବର୍ ଠକ ଗିରଫ

ବ୍ୟବସାୟୀଙ୍କ ଠାରୁ ୬ କୋଟି ଟଙ୍କା ଠକେଇ: ପଶ୍ଚିମବଙ୍ଗରୁ ଦୁଇ ସାଇବର୍ ଠକ ଗିରଫ

ଚୌଦ୍ବାର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ସେୟାର ବଜାରରେ ନିବେଶ କରି କୋଟିପତି ହେବାର ଆଶା ଦେଖାଇ ସାଇବର୍ ଅପରାଧୀ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚର ସାଇବର୍ ଥାନା ଏହି ଘଟଣାରେ ପଶ୍ଚିମବଙ୍ଗରୁ ଦୁଇ ଜଣ ଠକଙ୍କୁ ଗିରଫ କରିଛି।

କଟକ, ୦୬-୦୫-୨୦୨୫(ଏସ .ଏମ ) :  ଚୌଦ୍ବାର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ସେୟାର ବଜାରରେ ନିବେଶ କରି କୋଟିପତି ହେବାର ଆଶା ଦେଖାଇ ସାଇବର୍ ଅପରାଧୀ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚର ସାଇବର୍ ଥାନା ଏହି ଘଟଣାରେ ପଶ୍ଚିମବଙ୍ଗରୁ ଦୁଇ ଜଣ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦାର୍ଜିଲିଂ ଜିଲ୍ଲା ସିଲିଗୁଡ଼ି ପ୍ରଧାନନଗର ଅଞ୍ଚଳର ଅଶୋକ ନନ୍ଦ (୫୩) ଓ ଉତ୍ତର ୨୪ ପ୍ରଗଣାର ଜୟରାଣୀ ବସାକ୍(୩୮)। ଅଶୋକ ସିଲିଗୁଡ଼ିରେ ଏକ ହୋଟେଲ୍ କରିଥିବା ବେଳେ ସାଇବର୍ ଅପରାଧୀଙ୍କ ସହିତ ସମ୍ପର୍କ ଘନିଷ୍ଠ ସମ୍ପର୍କ ରଖିଥିଲା। ସାମାଜିକ ଗଣମାଧ୍ୟମ ଜରିଆରେ କଟକର ଏହି ବ୍ୟବସାୟୀ ଏକ ନିବେଶକ ଗୋଷ୍ଠୀଙ୍କ ସମ୍ପର୍କରେ ଆସିଥିଲେ। ଏହି ବ୍ୟକ୍ତି ଜଣକ ଡାକ୍ତରଖାନାକୁ ଡାକ୍ତରୀ ସାମଗ୍ରୀ ଯୋଗାଣ କରନ୍ତି। ସେୟାର ବଜାରରେ ନିବେଶ ଆଳରେ ସାଇବର୍ ଅପରାଧୀ ସାଢ଼େ ତିନି ମାସ ମଧ୍ୟରେ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ନେଇଥିଲେ। ଏହି ଟଙ୍କା ବିଭିନ୍ନ ସମୟରେ ଆଇପିଓ, ଓଟିସି ଟ୍ରେଡିଂରେ ନିବେଶ ହେଉଥିବା ନେଇ କୁହାଯାଇଥିଲା। ଯେତେବେଳେ ଭଲ ଲାଭ ହେଲା ଟଙ୍କା ଉଠାଇବାରେ ଉକ୍ତ ବ୍ୟବସାୟୀଙ୍କ ସମସ୍ୟା ହୋଇଥିଲା। ସାଇବର ଠକଙ୍କ ଜାଲରେ ପଡ଼ିଥିବା ସନ୍ଦେହରେ କ୍ରାଇମ୍‌ବ୍ରାଞ୍ଚରେ ଚଳିତ ବର୍ଷ ଜାନୁଆରି ୧୩ରେ ଏତଲା ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସମୟରେ ନିବେଶ ନାଁରେ ଯାଇଥିବା ଏହି ଟଙ୍କା ୨୨ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ଜମାକାରୀଙ୍କ ୮ଟି ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଯାଇଥିଲା। ଯେଉଁଦିନ ଏହି ଟଙ୍କା ଯାଇଛି ସେହିଦିନ ହିଁ ଟଙ୍କା ଚେକ୍, ଏଟିଏମ୍ ମାଧ୍ୟମରେ ଉଠାଯାଇଥିବା ବେଳେ ଆଉ କିଛି ଟଙ୍କା ଦ୍ବିତୀୟ ସ୍ତରକୁ ପଠାଯାଇଥିଲା। କିଛି ଦିନ ବ୍ୟବଧାନରେ ବିଭିନ୍ନ ସ୍ତରରେ ଏହି ଟଙ୍କା ଏଟିଏମ୍ କାର୍ଡ ଓ ଚେକ୍ ମାଧ୍ୟମରେ ଉଠାଯାଇଥିଲା। ଅଭିଯୁକ୍ତ ଅଶୋକର ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୧୧ ଲକ୍ଷ ଟଙ୍କା ଜମା ହୋଇଥିଲା। ଅଶୋକକୁ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଛି।

ଅନ୍ୟପଟେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଜୟରାଣୀକୁ ଗିରଫ କରି ଟ୍ରାନ୍‌ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି। ଅଶୋକର ବ୍ୟାଙ୍କ ଆକାଉଣ୍ଟରୁ ଜୟରାଣୀର ଆକାଉଣ୍ଟକୁ ୬ ଲକ୍ଷ ଟଙ୍କା ଆସିଥିଲା। ଏହି ଠକେଇରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଠକଙ୍କ ସମ୍ପୃକ୍ତି ସାମନାକୁ ଆସିଛି। ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଏଭଳି ପୁଞ୍ଜିନିବେଶର ଲୋଭ କେହି ଦେଖାଇଲେ ସେ ସଂପର୍କରେ ସାଇବର ସହାୟତା ନମ୍ବର ୧୯୩୦ରେ ଯୋଗାଯୋଗ କରିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ୨୦୨୪ ଜୁଲାଇରେ ଜେଏସ୍‌ପିଏଲ୍ କମ୍ପାନିର ବରିଷ୍ଠ ଅଧିକାରୀ କୁନ୍ତଲ୍‌ ମଜୁମଦାର୍‌ଙ୍କ ନିକଟରୁ ନିବେଶ ନାଁରେ ୬ କୋଟି ୨୮ ଲକ୍ଷ ଠକେଇ ହୋଇଥିଲା। ଏହି ମାମଲାରେ ୨୯ ଜଣ ସାଇବର୍ ଠକ ଗିରଫ ହୋଇଥିଲେ। ୨୦୨୪ ମେରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କ ୬ କୋଟି ୧୬ ଲକ୍ଷ ୩୭ ହଜାର ୮୪ ଟଙ୍କା କ୍ରିପ୍ଟୋ ମୁଦ୍ରାରେ ନିବେଶ ନାଁରେ ଠକେଇ ହୋଇଥିଲା। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *