ଘଟଣା ଦୁର୍ଘଟଣାରାଜନୀତିରାଜ୍ୟଶିକ୍ଷା

ଭକ୍ତଙ୍କ ପ୍ରଶ୍ନ

ଭକ୍ତଙ୍କ ପ୍ରଶ୍ନ : ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ କାହିଁକି ଦୋଷୀ ହେବେ ନାହିଁ ?

କଂଗ୍ରେସର ପ୍ରଦେଶ ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦୋଷୀଙ୍କୁ ରାଜ୍ୟ ସରକାର ଛାଡ଼ି ଦେଉଛନ୍ତି । ଏସ୍‌ପି ଓ ଆଇଆଇସିଙ୍କୁ କାହିଁକି ଛଡ଼ାଗଲା ? ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ କାହିଁକି ଦୋଷୀ ହେବେ ନାହିଁ ? …

ଭୁବନେଶ୍ୱର ୧୭-୦୭-୨୦୨୫(ଏସ.ଏମ .) :  ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି ।କଂଗ୍ରେସର ପ୍ରଦେଶ କମିଟି ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦୋଷୀଙ୍କୁ ରାଜ୍ୟ ସରକାର ଛାଡ଼ି ଦେଉଛନ୍ତି । ଏସ୍‌ପି ଓ ଆଇଆଇସିଙ୍କୁ କାହିଁକି ଛଡ଼ାଗଲା ? ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ କାହିଁକି ଦୋଷୀ ହେବେ ନାହିଁ ?ସରକାରଙ୍କୁ କେହି ମାନୁନାହାନ୍ତି । ପୁଲିସ ସରକାରଙ୍କ କଥା ଶୁଣୁନି ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ଏକ ବାଇକ୍‌ ରାଲି ମଧ୍ୟ କରାଯାଇଛି। ପିସିସି ସଭାପତି କହିଛନ୍ତି କେମିତି ପିକେଟିଂ ହେଉଛି ତାହାର ସମୀକ୍ଷା କରିବୁ। କଂଗ୍ରେସ ପକ୍ଷରୁ ହଲ୍ଲାବୋଲ କରାଯାଇଛି। ସବୁ ଗଳି କନ୍ଦି ବୁଲିବୁ । ସବୁ ଜାଗାରେ କର୍ମୀଙ୍କୁ ଦେଖା କରିବୁ ବୋଲି ପିସିସି ସଭାପତି କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *