ଦେଶ- ବିଦେଶ

ଭାରତକୁ ଧମକାଇଲା ପାକ୍‌ ସେନା

ଭାରତକୁ ଧମକାଇଲା ପାକ୍‌ ସେନା

ପାକିସ୍ତାନ ସେନାର ଭାଷଣବାଜି ଏବଂ ଦେଶର ଆତଙ୍କବାଦୀ ନେଟୱାର୍କ ମଧ୍ୟରେ ଏକ ଭୟଙ୍କର ସମନ୍ୱୟର ଆଉ ଏକ ଉଦାହରଣ ଦେଖିବାକୁ ମିଳିିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୫-୨୦୨୫(ଏସ .ଏମ ) : ପାକିସ୍ତାନ ଆତଙ୍କବାଦକୁ ପ୍ରେତ୍ସା‌ହିତ କରୁଛି ତାହା ନୁହେଁ। ବାରମ୍ବାର ପାକ୍‌ ଏହାର ପ୍ରମାଣ ଦେଇସାରିଛି। ପାକିସ୍ତାନ ସେନାର ଭାଷଣବାଜି ଏବଂ ଦେଶର ଆତଙ୍କବାଦୀ ନେଟୱାର୍କ ମଧ୍ୟରେ ଏକ ଭୟଙ୍କର ସମନ୍ୱୟର ଆଉ ଏକ ଉଦାହରଣ ଦେଖିବାକୁ ମିଳିିଛି। ଜଣେ ପାକିସ୍ତାନୀ ସାମରିକ ମୁଖପାତ୍ର ଭାରତକୁ ଏଭଳି ଧମକ ଦେଉଛନ୍ତି; ତାହା ଆତଙ୍କବାଦୀ ହାଫିଜ୍ ସଇଦର ୟ ଭାଷା ପରି ମନେ ହେଉଛି।ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀଙ୍କ ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି। ସେଥିରେ ସେ କହୁଥିବା ଦେଖାଯାଇଛି, “ଯଦି ତୁମେ ଆମର ପାଣି ବନ୍ଦ କର, ତେବେ ଆମେ ତୁମ ଗଳା କାଟି ଦେବୁ“।ସେ ସ୍ପଷ୍ଟ ଭାବରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜଳ ବଣ୍ଟନ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ସାମ୍ପ୍ରତିକ ପଦକ୍ଷେପକୁ ଇଙ୍ଗିତ କରୁଥିଲେ।ଏହି ମନ୍ତବ୍ୟ ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ସଇଦର ପ୍ରତିଫଳ। ଯିଏକି ପୂର୍ବରୁ କହିଥିଲା, ‘‘ଯଦି ତୁମେ ପାଣି ବନ୍ଦ କର। ଭଗବାନଙ୍କ ରାଣ, ଆମେ ତୁମ ନିଶ୍ବାସ ବନ୍ଦ୍‌ କରିବୁ।’’ଯାହାକି ଇଣ୍ଟରନେଟରେ ଭାଇରାଲ୍‌ ହୋଇଥିଲା। ଅନେକ ଏଥିରେ ଥିବା ଆଶ୍ଚର୍ଯ୍ୟଜନକ ସମାନତାଗୁଡ଼ିକୁ ଦର୍ଶାଇ ଏହା କହିଛନ୍ତି ଯେ ପାକିସ୍ତାନୀ ସେନା ଓ ଆତଙ୍କବାଦର ଭାଷା ଗୋଟିଏ।ଭାରତ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପ୍ରଶ୍ନ ଉଠାଇଛି। ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ କରି ଏହି ପଦକ୍ଷେପ ନୂଆଦିଲ୍ଲୀ ଦ୍ୱାରା ଇସଲାମାବାଦ ବିରୋଧରେ ନିଆଯାଇଥିବା ଦଣ୍ଡାତ୍ମକ ପଦକ୍ଷେପର ଏକ ଅଂଶ ବୋଲି ଦର୍ଶାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *