ଦେଶ- ବିଦେଶଶିକ୍ଷା

ଭାରତରେ କ୍ୟାମ୍ପସ ଖୋଲିବେ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ

ଭାରତରେ କ୍ୟାମ୍ପସ ଖୋଲିବେ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ

୨୦୨୫-୨୬ ଶିକ୍ଷାବର୍ଷ ସୁଦ୍ଧା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ମେଡିସିନ୍ ଓ ବାଣିଜ୍ୟ ଶିକ୍ଷା ପ୍ରଦାନ କରୁଥିବା ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ନିଜର କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ଆସୁଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ବର ୨୭-୦୫-୨୦୨୫(ଏସ .ଏମ ) : ୦୨୫-୨୬ ଶିକ୍ଷାବର୍ଷ ସୁଦ୍ଧା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ମେଡିସିନ୍ ଓ ବାଣିଜ୍ୟ ଶିକ୍ଷା ପ୍ରଦାନ କରୁଥିବା ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ନିଜର କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ଆସୁଛନ୍ତି। ଏହିକ୍ରମରେ ୟୁକେର ପ୍ରମୁଖ ଶିକ୍ଷାନୁଷ୍ଠାନ ଲିଭରପୁଲ ବିଶ୍ୱବିଦ୍ୟାଳୟକୁ ଭାରତରେ ଏକ କ୍ୟାମ୍ପସ ସ୍ଥାପନ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଲେଟର ଅଫ୍ ଇଣ୍ଟେଣ୍ଟ(ଏଲ୍‌ଓଆଇ)ପତ୍ର ହସ୍ତାନ୍ତର କରିଛନ୍ତି। ଜିସି(ଭାରତରେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ସ୍ଥାପନ ଓ ପରିଚାଳନା) ନିୟମାବଳୀ, ୨୦୨୩ ଅଧୀନରେ ଦ୍ୱିତୀୟ ବିଦେଶୀ ବିଶ୍ୱବିଦ୍ୟାଳୟ ଭାବେ ଏହାକୁ ଏଲ୍‌ଓଆଇ ଜାରି ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷାରେ ଭାରତ ବିଶ୍ୱସ୍ତ ଅଂଶୀଦାର ଭାବେ ଉଭା ହୋଇଛି। ଜାତୀୟ ଶିକ୍ଷା ନୀତି ପରାମର୍ଶ ଅନୁସାରେ ଭାରତର ଶୈକ୍ଷିକ ସହଯୋଗକୁ ଆଗେଇ ନେବା ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ ପାଲଟିବ। ଭାରତରେ ନିଜର ଉପସ୍ଥିତି ଘୋଷଣା କରିବାରେ ଲିଭରପୁଲ ବିଶ୍ୱବିଦ୍ୟାଳୟ ଚତୁର୍ଥ ବିଦେଶୀ ବିଶ୍ୱବିଦ୍ୟାଳୟ ହୋଇଛି। ବେଙ୍ଗାଲୁରୁରେ ଲିଭରପୁଲ ବିଶ୍ୱବିଦ୍ୟାଳୟର ଏକ ବିଶ୍ୱସ୍ତରୀୟ କ୍ୟାମ୍ପସ ହେବ, ଯାହାକି ଗବେଷଣା ଓ ନବସୃଜନର ସୀମାକୁ ଆଗକୁ ବଢ଼ାଇବ। ବିଶ୍ୱ କଲ୍ୟାଣ ଏବଂ ସମୃଦ୍ଧିରେ ଯୋଗଦାନ ପାଇଁ ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହିତ କରିବ।ଏହାଦ୍ୱାରା ଭାରତରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାର ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସହାୟକ ହେବ। ସ୍ଥାୟୀତ୍ୱ, ସ୍ୱାସ୍ଥ୍ୟ ଓ ସୁସ୍ଥତା ଏବଂ ସମୃଦ୍ଧି ଆଜି ବିଶ୍ୱର ସାଧାରଣ ଏଜେଣ୍ଡା ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି। ‘ବସୁଧୈବ କୁଟୁମ୍ବକମ୍’ ନୀତି ସହ ଭାରତ ବିଶ୍ୱସ୍ତରୀୟ ଏଜେଣ୍ଡାକୁ ଆଗେଇ ନେବା ଏବଂ ବିଶ୍ୱ ଦାୟିତ୍ୱ ପୂରଣ କରିବାକୁ ଉପଯୁକ୍ତ ସ୍ଥାନ ବୋଲି ସେ କହିଥିଲେ। ଏହି ଅବସରରେ ରୟାଲ୍ କଲେଜ୍ ଅଫ୍ ଅବେଷ୍ଟ୍ରରିସିଆନ୍ସ ଆଣ୍ଡ ଗାଇନାକୋଲୋଜିଷ୍ଟସ୍(ଆରସିଓଜି), ଆଷ୍ଟ୍ରାଜେନେକା ଫାର୍ମା ଇଣ୍ଡିଆ ଲିମିଟେଡ୍, ୟୁ ଉଇ କ୍ୟାନ୍ ଓ ଡ୍ରିମ୍ ଇଲେଭେନ ସମେତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *