ଭାରତର ପ୍ରସ୍ତୁତି ଦେଖି ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାତିରେ ହେଉନି ନିଦ
ଭାରତର ପ୍ରସ୍ତୁତି ଦେଖି ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାତିରେ ହେଉନି ନିଦ
ଭାତର କେତେବେଳେ ବି ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରି ବାଉଳିଚାଉଳି ହେଉଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୫-୨୦୨୫(ଏସ .ଏମ ) : ରାତିରେ ବାଉଳି ହେଉଛି ପାକିସ୍ତାନ । ଆଉ ଶୋଉ ନାହାନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ । ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନର ପିଳେହି ପାଣି ହେଲାଣି । ଆଉ ଭାତର କେତେବେଳେ ବି ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରି ବାଉଳିଚାଉଳି ହେଉଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ଖ୍ବାଜା ଆସିଫ୍ । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ପଣ କରିଥିବା ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଘାରିଛି ଯୁଦ୍ଧ ଭୟ । ଏହି ଭୟ ଓ ଆତଙ୍କ ଭିତରେ ଖ୍ବାଜାଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି- ଖୁବଶୀଘ୍ର ହେବ ଯୁଦ୍ଧ, ଯେକୌଣସି ମୂହୁର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ଭାରତ । ଏଲଓସିରେ କେତେବେଳେ କିଛି ବି ହୋଇପାରେ… ଖୋଦ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏଭଳି ବୟାନ ଭାରତ ପକ୍ଷରୁ ହେବାକୁ ଥିବା ବଡ଼ ଆକ୍ସନର ସଙ୍କେତ ଦେଉଛି ।ତେବେ ପହଲଗାମ ଆଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଭାରତ । ଆଉ ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନର ନିଦ ହଜିଯାଇଛି । ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କ ବୟାନ ସ୍ପଷ୍ଟ କରୁଛି କି, ପାକିସ୍ତାନ କେତେ ଭୟଭୀତ ଅବସ୍ଥାରେ ରହିଛି । ଯୁଦ୍ଧ ନେଇ ଭାରତ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ବୟାନ ଜାରି ହୋଇ ନଥିଲେ ବି ଯୁଦ୍ଧ ଆଶଙ୍କାରେ ପାକିସ୍ତାନର ନେତା ଓ ମନ୍ତ୍ରୀ ଶୋଇପାରୁ ନାହାନ୍ତି । ଭାରତ କିଭଳି ଆକ୍ରମଣ କରିବ ତାହା କଳ୍ପନା କରି ଭୟଭୀତ ହୋଇପଡ଼ିଛନ୍ତି ।