ଖେଳଦେଶ- ବିଦେଶ

ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ଅଚାନକ ସନ୍ନ୍ୟାସ ନେବା ଘଟଣା : ମୁହଁ ଖୋଲିଲା ବିସିସିଆଇ

ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ଅଚାନକ ସନ୍ନ୍ୟାସ ନେବା ଘଟଣା : ମୁହଁ ଖୋଲିଲା ବିସିସିଆଇ

ବିରାଟ ‌କୋହଲି ଓ ରୋହିତ ଶର୍ମା ଟେଷ୍ଟ୍ କ୍ରିକେଟ୍‌ରୁ ଅଚାନକ ସନ୍ନ୍ୟାସ ନେବା ଘଟଣାରେ ପ୍ରଥମ ଥର ମୁହଁ ଖୋଲିଛି ବିସିସିଆଇ। ଏଥିନେଇ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନା, ଅଙ୍କକଷା ଓ ବିତର୍କ ଉପରେ ବିରାମ….

ମୁମ୍ବାଇ/ଭୁବନେଶ୍ୱର୧୭-୦୭-୨୦୨୫( ଏସ .ଏମ ) : ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ବିରାଟ ‌କୋହଲି ଓ ରୋହିତ ଶର୍ମା ଟେଷ୍ଟ୍ କ୍ରିକେଟ୍‌ରୁ ଅଚାନକ ସନ୍ନ୍ୟାସ ନେବା ଘଟଣାରେ ପ୍ରଥମ ଥର ମୁହଁ ଖୋଲିଛି ବିସିସିଆଇ। ଏଥିନେଇ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନା, ଅଙ୍କକଷା ଓ ବିତର୍କ ଉପରେ ବିରାମ ଲଗାଇବାକୁ ଯାଇ ବୋର୍ଡର ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ ଅବସର ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ସେମାନଙ୍କର (କୋହଲି ଓ ରୋହିତଙ୍କର) ବ୍ୟକ୍ତିଗତ ନିଷ୍ପତ୍ତି ଥିଲା। ଆମେ ସେମାନଙ୍କୁ ଅବସର ନେବାକୁ କେବେବି କହି ନଥିଲୁ।

କୋହଲି ଓ ରୋହିତଙ୍କୁ ଅବସର ନେବାକୁ ବିସିସିଆଇ ବାଧ୍ୟ କରିଥିବା ଖବରକୁ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି ସେ। ସମସ୍ତ ନକାରାତ୍ମକ ଚର୍ଚ୍ଚାକୁ ଦୂର କରିବାକୁ ଯାଇ ସେ ଆହୁରି କହିଛନ୍ତି, ମୁଁ ଏଠାରେ ପ୍ରଥମ ଓ ଶେଷ ଥର ପାଇଁ ସ୍ପଷ୍ଟ କରିଦେବାକୁ ଚାହେ ଯେ ଆମେ ରୋହିତ ଓ କୋହଲିଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛୁ। ହେଲେ ସେମାନଙ୍କ ନିଷ୍ପତ୍ତି ସେମାନେ ନିଜେ ନେଇଥିଲେ। ବିସିସିଆଇ ନୀତିଗତ ଭାବେ କୌଣସି ଖେଳାଳିଙ୍କୁ କେବେ ଓ କେଉଁ ଫର୍ମାଟ୍‌ରୁ ଅବସର ନେବା କଥା କେବେ କହେ ନାହିଁ। ଏହି ନିଷ୍ପତ୍ତି ଖେଳାଳିମାନଙ୍କର ନିଜସ୍ବ ହୋଇଥାଏ। ଉଭୟ ଜଣେ ଜଣେ ମହାନ ଖେଳାଳି। ଭଲ କଥା ହେଲା ସେମାନେ ଦିନିକିଆ କ୍ରିକେଟ୍‌ରେ ଦେଖିବାକୁ ମିଳିବେ। ଭାରତୀୟ ଟେଷ୍ଟ୍ ଦଳ ଏବେ ପରିବର୍ତ୍ତନ ବେଳାରେ ରହିଛି। ଆଗାମୀ ସମୟରେ ଦଳ ନିଶ୍ଚିତ ଭାବେ ତା’ର ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *