ଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଭାରତୀୟ ବିମାନ ସେବାକୁ ଶନିଦଶା

ଭାରତୀୟ ବିମାନ ସେବାକୁ ଶନିଦଶା

ଗୁରୁବାର ଏକ ଇଣ୍ଡିଗୋ ବିମାନ ଉଡ଼ାଣ ମଝିରେ ଇନ୍ଧନ ସଂକଟର ସମ୍ମୁଖୀନ ହୋଇ ‘ମେଡେ’ କଲ୍ ଦେଇଥିଲା। ଏହା ପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନଟିକୁ ବେଙ୍ଗାଲୁରୁରେ ଅବତରଣ କରାଯାଇଥିଲା

ବେଙ୍ଗାଲୁରୁ/ଭୁବନେଶ୍ୱର ୨୨-୦୬-୨୦୨୫(ଏସ .ଏମ ) : ଲାଗୁଛି ଭାରତୀୟ ବିମାନସେବା ଶିଳ୍ପ ପାଇଁ ଏବେ ଖରାପ ସମୟ ଚାଲିଛି । ଅହମଦାବାଦ ବିମାନ ଦୁର୍ଘଟଣା ପରେ ଲୋକେ ବିମାନଯାତ୍ରାକୁ ନେଇ ଆଶଙ୍କାଗ୍ରସ୍ତ ଅଛନ୍ତି । ଏସବୁ ମଧ୍ୟରେ ଗୁରୁବାର ଦିନ ଏକ ଇଣ୍ଡିଗୋ ବିମାନ ଉଡ଼ାଣ ମଝିରେ ଇନ୍ଧନ ସଂକଟର ସମ୍ମୁଖୀନ ହୋଇ ‘ମେଡେ’ କଲ୍ ଦେଇଥିଲା। ଏହା ପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନଟିକୁ ବେଙ୍ଗାଲୁରୁରେ ଅବତରଣ କରାଯାଇଥିଲା। ଦୁଇଦିନ ପୂର୍ବେ ଇଣ୍ଡିଗୋ ଓ ସ୍ପାଇସଜେଟର ବିମାନରେ ତ୍ରୁଟି ଯୋଗୁଁ ସେଗୁଡ଼ିକର ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏକ ଇଣ୍ଡିଗୋ ବିମାନ ଆସାମର ଗୌହାଟୀରୁ ଚେନ୍ନାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା, କିନ୍ତୁ ମଝି ରାସ୍ତାରେ ବିମାନରେ ଇନ୍ଧନ ଅଭାବ ହେବାରୁ ପାଇଲଟ୍ ବେଙ୍ଗାଲୁରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ‘ମେଡେ’ କଲ୍ କରିଥିଲେ। ଉଡ଼ାଣର ପାଇଲଟ୍ ବେଙ୍ଗାଲୁରୁ ଏଟିସିକୁ ‘କମ୍ ଇନ୍ଧନ କାରଣରୁ ମେଡେ କଲ୍’ ଦେଇଥିଲେ।ଇଣ୍ଡିଗୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭିଡ଼ ଯୋଗୁଁ ବିମାନକୁ ଅବତରଣ ପାଇଁ କ୍ଲିୟରାନ୍ସ ମିଳିନଥିଲା। ଏହା ପରେ, ପାଇଲଟ୍ ବେଙ୍ଗାଲୁରୁକୁ ‘କମ୍ ଇନ୍ଧନ ମେଡେ କଲ୍’ କରିଥିଲେ। ପାଇଲଟ୍ ଏଟିସିକୁ କହିଥିଲେ ଯେ ବିମାନରେ ଇନ୍ଧନ କମ୍ ଅଛି, ତେଣୁ ଆପଣ ଆମକୁ ପ୍ରାଥମିକତା ଭିତ୍ତିରେ ଅବତରଣ କରିବାକୁ ଅନୁମତି ଦିଅନ୍ତୁ। ଏହା ପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଡିଗୋ ବିମାନ ରାତି ୮.୨୦ ରେ ବେଙ୍ଗାଲୁରୁ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *