ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ରୋପୋ ରେଟ୍ ହ୍ରାସ
ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ରୋପୋ ରେଟ୍ ହ୍ରାସ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୪-୨୦୨୫(ଏସ.ଏମ) : ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୫ ବେସିକ ପଏଣ୍ଟ୍ରେ ରୋପୋ ରେଟ୍ ହ୍ରାସ କରି ୬ ପ୍ରତିଶତ କରିବାକୁ ଘୋଷଣା କରିଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍ପିସି) ଏପ୍ରିଲ ୭ ତାରିଖରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ ସମାପ୍ତ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।ସଞ୍ଜୟ ମଲହୋତ୍ରା କହିଛନ୍ତି କି ‘ଏମ୍ପିସି ସର୍ବସମ୍ମତିକ୍ରମେ ପଲିସି ରେପୋ ହାରକୁ ୨୫ ବେସିକ ପଏଣ୍ଟ ହ୍ରାସ କରି ୬% କରିବାକୁ ଭୋଟ୍ ମିଳିଛି। ଗତ ଫେବ୍ରୁଆରି ମାସରେ ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ଏହା ଲଗାତାର ଦ୍ୱିତୀୟ ଥର ହ୍ରାସ ଘଟିଛି। ଗତ ଡିସେମ୍ବର ୨୦୨୪ରେ ଆରବିଆଇ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସଞ୍ଜୟ ମାଲହୋତ୍ରାଙ୍କ ଏହା ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି।