ଭାରତ ଏସିଆ କପ ଚାମ୍ପିୟନ, ପାକିସ୍ତାନକୁ ୫ ୱିକେଟ୍ରେ ହରାଇଲା
ଭାରତ ଏସିଆ କପ ଚାମ୍ପିୟନ, ପାକିସ୍ତାନକୁ ୫ ୱିକେଟ୍ରେ ହରାଇଲା
- ଭାରତ ପୁଣି ଥରେ ଏସିଆ ଚାମ୍ପିୟନ ହୋଇଛି ।
- ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ରବିବାର ଖେଳାଯାଉଥିବା ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ଟାଇଟେଲ ହାତେଇଛି ।
ଭୁବନେଶ୍ୱର ୨୯-୦୯-୨୦୨୫(ଏସ.ଏମ ) : ଭାରତ ପୁଣି ଥରେ ଏସିଆ ଚାମ୍ପିୟନ ହୋଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ରବିବାର ଖେଳାଯାଉଥିବା ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରିଛି ଟାଇଟେଲ ହାତେଇଛି । ଭାରତ ଆଗରେ ବିଜୟ ପାଇଁ ୧୪୭ ରନର ଲକ୍ଷ୍ୟ ଥିବାବେଳେ ଭାରତ ୨ଟି ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ତିଳକ ବର୍ମା ୬୯ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଭାରତ ମାତ୍ର ୨୦ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ତିଳକ ପ୍ରଥମେ ସଂଜୁ ସାମସନ ଓ ପରେ ଶିବମ ଦୁବେଙ୍କ ସହ ଏକ ଉପଯୋଗୀ ପାର୍ଟନରସିପ କରି ଦଳକୁ ଜିତାଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଥିବା ରିଙ୍କୁ ସିଂ ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।ତିଳକ ବର୍ମା ୬୯ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଭାରତ ମାତ୍ର ୨୦ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ତିଳକ ପ୍ରଥମେ ସଂଜୁ ସାମସନ ଓ ପରେ ଶିବମ ଦୁବେଙ୍କ ସହ ଏକ ଉପଯୋଗୀ ପାର୍ଟନରସିପ କରି ଦଳକୁ ଜିତାଇଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଥିବା ରିଙ୍କୁ ସିଂ ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ଭାରତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା । ପାକିସ୍ତାନର ଦୁଇ ଓପନର ଫକର ଜମାନ ଓ ସାହିବଜାଦା ଫରହାନ ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରି ପ୍ରଥମ ୱିକେଟ୍ ଯୋଡ଼ିରେ ୮୪ ରନ ଯୋଡ଼ିଥିଲେ । ଫରହାନ ୫୭ ରନ କରିଥିବାବେଳେ ଜମାନ ୪୬ ରନ କରିଥିଲେ। କିନ୍ତୁ ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ବରୁଣ ଚକ୍ରବର୍ତ୍ତି । ସେ ଫରହାନଙ୍କୁ ଆଉଟ କରିଥିଲେ । ଏହା ପରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲେ । ୩ୟ ସ୍ଥାନରେ ଆସିଥିଲା ସଲିମ ଆୟୁବ ୧୪ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକ ଛୁଇଁ ପାରିନଥିଲେ ।ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
