LatestNewsଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଭାରତ-ପାକିସ୍ତାନ ଖେଳ ଦେଖୁଥିବା ବେଳେ ପୁଲିସକୁ ଘେରିଲେ ଲୋକେ: ସର୍ବସମ୍ମୁଖରେ ମାଡ଼ ମାରି ଯୁବକଙ୍କୁ ଟେକିନେଲା ପୁଲିସ

ଭାରତ-ପାକିସ୍ତାନ ଖେଳ ଦେଖୁଥିବା ବେଳେ ପୁଲିସକୁ ଘେରିଲେ ଲୋକେ: ସର୍ବସମ୍ମୁଖରେ ମାଡ଼ ମାରି ଯୁବକଙ୍କୁ ଟେକିନେଲା ପୁଲିସ

ସୋର କୋର୍ଟ ଛକ ନିକଟରେ କିଛି ଲୋକ ଏକତ୍ରିତ ହୋଇ ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିବା ବେଳେ ଥାନାଧିକାରୀ ଜଣେ ଯୁବକଙ୍କୁ ରାସ୍ତା ଉପରେ ମାଡ଼ ମାରି ଘୋଷଡି ଘୋଷଡି ଥାନା ଗାଡ଼ିରେ ଭର୍ତି କରି ଥାନାରେ ଅଟକ ରଖିଥିଲେ।

ସୋର ୨୯-୦୯-୨୦୨୫(ଏସ.ଏମ ) : ତକାଲି ସନ୍ଧ୍ୟାରେ ସୋର କୋର୍ଟ ଛକ ନିକଟରେ କିଛି ଲୋକ ଏକତ୍ରିତ ହୋଇ ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିଲେ। ଏହି ସମୟରେ ସୋର ପୁଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଇବା ବଦଳରେ ଉଚ୍ଚ ସ୍ୱରରେ ଦୁର୍ବ୍ୟବହାର କରିଥିଲେ। ଫଳରେ ସାଧାରଣ ଲୋକେ ପୁଲିସର ଦୁର୍ବ୍ୟବହାର ପାଇଁ ପୁଲିସକୁ ଘେରିବା ସହିତ ବଚସା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଛି।ସୋର ପୁଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଇବା ବଦଳରେ ଉଚ୍ଚ ସ୍ୱରରେ ଦୁର୍ବ୍ୟବହାର କରିଥିଲେ। ଫଳରେ ସାଧାରଣ ଲୋକେ ପୁଲିସର ଦୁର୍ବ୍ୟବହାର ପାଇଁ ପୁଲିସକୁ ଘେରିବା ସହିତ ବଚସା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ରାସ୍ତା ଉପରେ ମାଡ଼ ମାରି ଘୋଷଡି ଘୋଷଡି ଥାନା ଗାଡ଼ିରେ ଭର୍ତି କରି ଥାନାରେ ଅଟକ ରଖିଥିଲେ। ପୁଲିସର ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଜଣେ ଯୁବକଙ୍କୁ ରାସ୍ତା ଉପରେ ମାଡ଼ ମାରି ଘୋଷଡି ଘୋଷଡି ଥାନା ଗାଡ଼ିରେ ଭର୍ତି କରି ଥାନାରେ ଅଟକ ରଖିଥିଲେ। ପୁଲିସର ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *