ଦୁର୍ନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଭିଜିଲାନ୍ସ ଜାଲରେ ଗଞ୍ଜାମ ସିଏସ୍‌ଓ ପୁଷା ମୁଣ୍ଡା

ଭିଜିଲାନ୍ସ ଜାଲରେ ଗଞ୍ଜାମ ସିଏସ୍‌ଓ ପୁଷା ମୁଣ୍ଡା

ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ୩ ଲକ୍ଷ ଟଙ୍କା ଜବତ କରିଛି। ଏଥିସହିତ ଶ୍ରୀ ମୁଣ୍ଡାଙ୍କ ଛତ୍ରପୁର ଘର, ଅଫିସ୍‌ ଏବଂ ଭବାନୀପାଟଣା ଜୟପ୍ରକାଶ ସାନ୍ଧ୍ୟ କଲେଜ ନିକଟ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି

ବ୍ରହ୍ମପୁର/ଭୁବନେଶ୍ୱର୧୦-୦୭-୨୦୨୫( ଏସ .ଏମ ) : ଞ୍ଜାମଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ୩ ଲକ୍ଷ ଟଙ୍କା ଜବତ କରିଛି। ଏଥିସହିତ ଶ୍ରୀ ମୁଣ୍ଡାଙ୍କ ଛତ୍ରପୁର ଘର, ଅଫିସ୍‌ ଏବଂ ଭବାନୀପାଟଣା ଜୟପ୍ରକାଶ ସାନ୍ଧ୍ୟ କଲେଜ ନିକଟ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି। ଆଜି ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ମୁଣ୍ଡା ଛତ୍ରପୁର ବ୍ୟାଙ୍କ କଲୋନିସ୍ଥିତ ଆଶୀର୍ବାଦ ଆପାର୍ଟମେଣ୍ଟରୁ ତାଙ୍କ ସରକାରୀ ଗାଡ଼ିରେ ଅଫିସ୍‌କୁ ଯାଉଥିଲେ। କଲେଜ ଛକ ନିକଟରେ ଦୁଇ ଜଣ ବାଇକ୍‌ରେ ଆସି ଗାଡ଼ି ଅଟକାଇ ଭିଜିଲାନ୍ସ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପରେ ଅନ୍ୟ କିଛି କର୍ମଚାରୀ ସେଠାକୁ ଆସି ଗାଡ଼ି ଯାଞ୍ଚ କରିଥିଲେ। ଗାଡ଼ି ପଛପଟ ଡିକିରୁ ୩ଟି ପ୍ୟାକେଟ୍‌ରେ ୫ଶହ ଟଙ୍କିଆ ୬ଟି ବିଡ଼ା ଜବତ ହୋଇଥିଲା।

ଏହା ପରେ ଭିଜିଲାନ୍ସ ଟିମ୍‌ ଯୋଗାଣ ଅଧିକାରୀ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପରେ ଯୋଗାଣ ଅଧିକାରୀଙ୍କୁ ତାଙ୍କ ଅଫିସ୍‌କୁ ନିଆଯାଇ ସେଠାରେ କର୍ମଚାରୀ, ରାତ୍ର ଜଗୁଆଳିଙ୍କ ସମେତ ସୁରକ୍ଷାକର୍ମୀଙ୍କୁ ପଚରାଉଚରା କରାଯାଇଥିଲା। ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ମଧ୍ୟ ବିଭିନ୍ନ ଦିଗ ଉପରେ ଛାନଭିନ୍‌ କରିଛନ୍ତି। ନିକଟରେ ଶ୍ରୀ ମୁଣ୍ଡାଙ୍କର ନୂଆପଡ଼ା ଜିଲ୍ଲାକୁ ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଥିଲା। ସେ ଦୁଇରୁ ତିନିଦିନ ମଧ୍ୟରେ ଏଠାରୁ ରିଲିଭ୍‌ ହୋଇଥାନ୍ତେ। ହେଲେ ତା’ ପୂର୍ବରୁ ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ଗାଡ଼ି ଡିକିରୁ ମିଳିଥିବା ଟଙ୍କା କେଉଁ ସୂତ୍ରରୁ ଆସିଲା, ସେ ସମ୍ପର୍କରେ କିଛି ଜାଣି ନଥିବା ଶ୍ରୀ ମୁଣ୍ଡା କହିଛନ୍ତି। ଚଢ଼ଉରେ ଇନ୍‌ସ୍ପେକ୍ଟର୍‌ ସୌମ୍ୟ ପଣ୍ଡା, ଯୁଗଳ ପ୍ରଧାନ, ରାଜେନ୍ଦ୍ର ନାୟକ, ଏଏସ୍‌ଆଇ ଡି.ସଞ୍ଜୀବ ରେଡ୍ଡି, ଏଏସ୍‌ଆଇ ଦୁର୍ଗା ପ୍ରସାଦ ହୋତା ପ୍ରମୁଖ ସାମିଲ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *