ଭିସୁଟ୍ରେ ଶହେ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଭିସୁଟ୍ରେ ଶହେ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
୫ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ
ସମ୍ବଲପୁର/ଭୁବନେଶ୍ୱର ୨୮.୦୪.୨୦୨୫ (ଏସ .ଏମ ) : ବୁର୍ଲା ଭିସୁଟ୍ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ୧୦ ଏପ୍ରିଲରେ ଭିସୁଟ୍ର ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡ଼ି ମୃତ୍ୟୁବରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ। ୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। କିଛି ଛାତ୍ରଙ୍କ ଗ୍ରେଡ୍ କମାଇ “ଏଫ୍” କରିବାକୁ ନିଷ୍ପତ୍ତି ହେବା ସହ ୫ ହଜାର ଟଙ୍କା ଫାଇନ୍ ହୋଇଛି।ସେହିପରି ଡିଏସ୍ଡବ୍ଲୁ ତତ୍ତ୍ବାବଧାନରେ ସାମାଜିକ କାମ କରିବାକୁ ନିର୍ଦ୍ଦେଶ ହୋଇଛି। ସୂଚନା ଅନୁସାରେ ଭିସୁଟ୍ ଛାତ୍ରଙ୍କୁ ସମ୍ବେଦନଶୀଳ ଅଞ୍ଚଳକୁ ନଯିବା ପାଇଁ କଟକଣା ଲାଗିଥିଲା। ହେଲେ ଛାତ୍ରଛାତ୍ରୀ ଏହାକୁ ମାନିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାଯାଇଛି।