ରାଜ୍ୟ

ଭୁବନେଶ୍ବରରୁ ଚଳାଚଳ କରୁଥିବା ତିନିଟି ଟ୍ରେନ୍‌ର ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରାଯାଇଛି

ଭୁବନେଶ୍ବରରୁ ଚଳାଚଳ କରୁଥିବା ତିନିଟି ଟ୍ରେନ୍‌ର ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରାଯାଇଛି

ଭୁବନେଶ୍ବର ନୂଆ ଷ୍ଟେସନରୁ ୧୨ରୁ ଚଳାଚଳ କରିବ ୩ ଏକ୍ସପ୍ରେସ୍‌

ଭୁବନେଶ୍ବର୦୪.୦୫.୨୦୨୫ (ଏସ .ଏମ ) : ଭୁବନେଶ୍ବରରୁ ଚଳାଚଳ କରୁଥିବା ତିନିଟି ଟ୍ରେନ୍‌ର ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର ମୁଖ୍ୟ ଷ୍ଟେସନରୁ ଚଳାଚଳ କରୁଥିବା ଭୁବନେଶ୍ୱର-ସିଏସ୍‌ଏମ୍‌ଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ(୧୧୦୨୦/୧୧୦୧୯), ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍‌(୧୭୦୧୫/୧୭୦୧୬) ଓ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌(୨୨୮୧୯/୨୨୮୨୦) ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର ନୂତନ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ମେ’ ୧୧ରୁ ଛାଡ଼ୁଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ। ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ରାତି ୧୧ଟା ୫୫ରେ ଯାତ୍ରା ଆରମ୍ଭ କରି ୧୨ଟା ୨୦ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ମେ’ ୧୨ ତାରିଖ ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡ଼ିବ ଏବଂ ଅପରାହ୍ଣ ୩ଟାରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବ। ଏହାପରେ ଏହି ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ।ସେହିପରି ମେ’ ୧୧ରୁ ସିକନ୍ଦରାବାଦରୁ ଛାଡୁଥିବା ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବ। ଏହାପରେ ଅପରାହ୍ନ ୪ଟାରୁ ଯାତ୍ରା ଆରମ୍ଭ କରି ୪ଟା ୪ ମିନିଟ୍‌ରେ ମଞ୍ଚେଶ୍ୱରରେ ଏବଂ ୪ଟା ୨୫ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ। ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌ ମେ’ ୧୨ରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ପୂର୍ବାହ୍ନ ୮ଟାରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡ଼ିବ। ୮ଟା ୨୦ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ପୂର୍ବ ନିର୍ଦ୍ଧାରିତ ସମୟ ୮ଟା ୪୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ଏହାବ୍ୟତୀତ ବିଶାଖାପାଟଣାରୁ ଛାଡ଼ୁଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ୧୨ ତାରିଖ ରାତି ୧୨ଟା ୩୫ରେ ଏହାର ଯାତ୍ରା ଶେଷ କରିବ। ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ମେ’ ୧୨ ସକାଳ ୭ଟା ୧୫ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ। ସକାଳ ୭ଟା ୪୫ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରୁ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୭ଟା ୪୫ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *