LatestNewsPoliticsTOP STORIESଦେଶ- ବିଦେଶବାଣିଜ୍ୟରାଜନୀତିରାଜ୍ୟସମ୍ପାଦକୀୟ

ଭୁବନେଶ୍ବରରେ ମୋଦୀଙ୍କ ଅଢ଼େଇ ଘଣ୍ଟା: ୧୮,୬୫୩ କୋଟି ପ୍ରକଳ୍ପର ଭିତ୍ତି ଓ ଲୋକାର୍ପଣ

ଭୁବନେଶ୍ବରରେ ମୋଦୀଙ୍କ ଅଢ଼େଇ ଘଣ୍ଟା

୧୮,୬୫୩ କୋଟି ପ୍ରକଳ୍ପର ଭିତ୍ତି ଓ ଲୋକାର୍ପଣ

ପ୍ରଧାନମନ୍ତ୍ରୀ ଆଜି ୧୮୬୫୩କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଭେଟି ଦେଇଥିଲେ। ଏଥିରେ ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।

ଭୁବନେଶ୍ୱର ୨୧-୦୬-୨୦୨୫(ଏସ.ଏମ ) : ପ୍ରଧାନମନ୍ତ୍ରୀ  ୧୮୬୫୩କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଭେଟି ଦେଇଥିଲେ। ଏଥିରେ ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୃଷି ବିଭାଗର ୧୪୩ କୋଟି ଟଙ୍କାର ଦୁଇଟି ପ୍ରକଳ୍ପ, ୩୨କୋଟି ଟଙ୍କାର ଗୋଟିଏ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ, ଜଳସମ୍ପଦ ଓ ପାନୀୟଜଳ ପାଇଁ ୨୫୫୩ କୋଟି ଟଙ୍କାର ୧୯ଟି ପ୍ରକଳ୍ପ, ଶକ୍ତି କ୍ଷେତ୍ରରେ ୮୦୮୩କୋଟି ଟଙ୍କାର ୨୩ଟି ପ୍ରକଳ୍ପ, ସଡ଼କ ଓ ସେତୁ ପାଇଁ ୧୬୧୬ କୋଟି ଟଙ୍କାର ୨୨ଟି ପ୍ରକଳ୍ପ, ସହରାଞ୍ଚଳ ଭିତ୍ତିଭୂମି ପାଇଁ ୧୮୫୮କୋଟି ଟଙ୍କାର ୨୫ଟି ପ୍ରକଳ୍ପ, ରେଳ କ୍ଷେତ୍ରରେ ୨୭୫୬ କୋଟି ଟଙ୍କାର ୭ଟି ପ୍ରକଳ୍ପ, ଜାତୀୟ ରାଜପଥ ପାଇଁ ୧୪୩୨କୋଟି ଟଙ୍କାର ୪ଟି ପ୍ରକଳ୍ପ, ବନ୍ଦର କ୍ଷେତ୍ରରେ ୫୬ କୋଟି ଟଙ୍କାର ଗୋଟିଏ ପ୍ରକଳ୍ପ ଏବଂ ୧୨୩କୋଟି ଟଙ୍କାର ଆଉ ଏକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ରହିଥିଲା। ରେଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ୨୭୫୬ କୋଟି ଟଙ୍କା ବିନିଯୋଗ ହୋଇଛି। ଏଥିରେ ସୋନପୁର-ପୁରୁଣା କଟକ ରେଳ ଲାଇନ୍ ଉଦ୍‌ଘାଟିତ ହୋଇଛି। ଏହାଦ୍ୱାରା ପ୍ରଥମଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି। ଏହା ସହିତ ସରଳା ଓ ଶାସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍‌ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ।

ଜଗନ୍ନାଥଙ୍କ ଧାମକୁ ଆସିବି ବୋଲି… ଟ୍ରମ୍ପଙ୍କ ନିମନ୍ତ୍ରଣ ରଖିଲିନି

fsfsfxcc

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ମୁଁ ଜଗନ୍ନାଥଙ୍କ ଧାମକୁ ଆସିବି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ ରଖିଲିନି। ମୋଦୀ କହିଛନ୍ତି ଯେ ମୁଁ କାନାଡ଼ାରେ ଥିବାବେଳେ ଟ୍ରମ୍ପ ମୋତେ ଫୋନ୍‌ କରି କହିଥିଲେ, କାନାଡ଼ା ଆସିଛନ୍ତି, ୱାସିଂଟନ ଆସନ୍ତୁ। ସାଙ୍ଗ ହୋଇ ଖାଇବା, କଥା ହେବା। ହେଲେ ମୁଁ କହିଥିଲି ଆପଣଙ୍କ ନିମନ୍ତ୍ରଣ ପାଇଁ ଧନ୍ୟବାଦ। ହେଲେ ମୋତେ  ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ମହାପ୍ରଭୁଙ୍କ ମାଟିକୁ ଯିବା ଜରୁରି।’ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ନମ୍ରତାର ସହ ମନା କରିଦେଇଥିଲି।

ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେଲେ
ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌ ଯାଉଥିବା ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଲା। କାର୍‌କେଡ୍‌ କଳିଙ୍ଗ ଷ୍ଟାଡିୟମ୍‌ ନିକଟ‌ରେ ଥିବା ବେଳେ  ସେହି ରାସ୍ତାରେ ଆମ୍ବୁଲାନ୍ସ ଯାଉଥିଲା। କାର୍‌କେଡ୍‌ ତୁରନ୍ତ ଏକ ପାର୍ଶ୍ବକୁ ଚାଲିଗଲା ଓ  ବିନା ବାଧାରେ ଆମ୍ବୁଲାନ୍ସଟି ଆଗକୁ ଯାଇଥିଲା।
ସାମିଲ ହେଲେ ହଜାରେ କଳାକାର
ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭୁବନେଶ୍ବରରେ ଏକ ହଜାର କଳାକାର ଏକାଠି ହୋଇଥିଲେ। ବିମାନବନ୍ଦରଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ମୋଟ୍‌ ୨୨ଟି ମଞ୍ଚ ପ୍ରସ୍ତୁତ ହୋଇଥିଲା। ବିମାନବନ୍ଦର ନିକଟରେ ପୁରୀର ସାହିଯାତ, ଦୁଲ୍‌ଦୁଲି, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଶବର ଶବରୁଣୀ, ଘୋଡ଼ାନାଚ, କୋୟା ନୃତ୍ୟ, ‌ଗୋଟିପୁଅ ନୃତ୍ୟ, ବଣ୍ଡା ନୃତ୍ୟ, ପଶୁମୁଖା, ଢେମ୍‌ସା, ଲଉଡ଼ି ଖେଳ, ସାନ୍ତାଳୀ ନାଚ, ଝୁମର, ଡାଲ୍‌ଖାଇ, ଗଞ୍ଜାମର ରଣପା ନୃତ୍ୟ ପରିବେଷଣ କରାଯାଇଥିଲା। ଘଣ୍ଟ, ମୃଦଙ୍ଗ ଓ ସଙ୍କୀର୍ତ୍ତନରେ ବି କମ୍ପିଥିଲା।
ଟ୍ରାଫିକ୍ ଜାମ୍‌ରେ ଫସିଲେ ଲୋକେ
ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୩୩ ପ୍ଲାଟୁନ୍‌ ପୁଲିସ ବିଭିନ୍ନ ଛକରେ ମୁତୟନ ହୋଇଥିଲେ। ଜୟଦେବବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବ ଲୋକାରଣ୍ୟ ହୋଇଯିବା ପରେ ଜାମ୍ ହୋଇଯାଇଥିଲା। ଏମିତିରେ ବି ସହରର ପ୍ରମୁଖ ଅଞ୍ଚଳ ଓ ଜାତୀୟ ରାଜପଥର ସର୍ଭିସ୍‌ ରୋଡ୍‌ କର୍ମୀଙ୍କୁ ଆଣିଥିବା ବସ୍‌ ଛାଉଣିରେ ରହିଥିଲା। ଫଳରେ ରାସ୍ତା ସଂକୁଚିତ ହୋଇଥିଲା।

dagdagddgdg

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ
ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାକୁ ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ କରାଯିବ। ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ  ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୩୧୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ, ପ୍ରତିମୂର୍ତ୍ତି ସ୍ଥାପନ, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍‌, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ଖୋଲା ଆକାଶ ନାଟ୍ୟମଞ୍ଚ ଇତ୍ୟାଦିର ନିର୍ମାଣ ଆଦି ରହିଛି।

ଉଦ୍‌ଘାଟିତ ହେଲା ୧୦୦ଟି ଇ-ବସ୍‌
ପ୍ରଧାନମନ୍ତ୍ରୀ ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍‌ରେ ଏବେ ଆଉ ୮ଟି ରୁଟ୍‌ରେ ଏହି ଇ-ବସ୍ ଚାଲିବ। ନୂତନ ଭାବେ ନରାଜରେ ନିର୍ମିତ ଇ-ବସ୍‌ ଡିପୋ ମଧ୍ୟ ଆଜି ଉଦ୍‌ଘାଟିତ ହୋଇଛି। ଏହି ୧୦୦ଟି ନୂଆ ଇଭି ବସ୍ ନରାଜ ଡିପୋରୁ ହିଁ ଚଳାଚଳ କରିବ। ଏ ନେଇ ସିଇଇଡବ୍ଲ୍ୟୁର ସିନିୟର ପ୍ରୋଗ୍ରାମ୍ ଲିଡର୍‌ ହିମାନୀ ଜୈନ କହିଛନ୍ତି ଯେ ଏହି ବସ୍‌ଗୁଡ଼ିକ ସାମିଲ ହେବା ଫଳରେ ‘କ୍ରୁଟ୍‌’ର ସମୁଦାୟ ୫୬୦ଟି ବସ୍ ମଧ୍ୟରୁ ପ୍ରାୟ ୫୦% ବସ୍ ଇଭି ହେବ।

ରାଷ୍ଟ୍ରପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋହନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣ ରଖିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଆମ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ମୁଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।

ନାଚିଲେ ମୁକେଶ, ସନାତନ, ପ୍ରଶାନ୍ତ; ଫଟୋ ଉଠାଇଲେ ସିଦ୍ଧାନ୍ତ

ଆଜିର କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକଙ୍କ ପାଇଁ ମୋଦୀଙ୍କ ମଞ୍ଚ ସମ୍ମୁଖରେ ବସିବାର ବ୍ୟବସ୍ଥା ହୋଇନଥିଲା। ସେମାନଙ୍କ ପାଇଁ ମୁଖ୍ୟ ମଞ୍ଚଠାରୁ ଦୂରରେ ଆଉ ଏକ ମଞ୍ଚ ହୋଇଥିଲା। ସେଠାରେ ଫ୍ୟାନ୍, କୁଲର୍ ବ୍ୟବସ୍ଥା ନଥିବାରୁ ବିଧାୟକ ଓ ସାଂସଦମାନେ ପୂରା ଅସ୍ତବ୍ୟସ୍ତ ହୋଇଯାଇଥିଲେ। ହେଲେ ମୋଦୀଙ୍କ ସ୍ବାଗତ ପାଇଁ ବାଜୁଥିବା ଗୀତର ତାଳେ ତାଳେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଧୁମ୍ ନାଚିଥିଲେ। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ତାଙ୍କ କ୍ୟାମେରାରେ ବିଧାୟକମାନଙ୍କର ବିଭିନ୍ନ ପୋଜ୍‌ର ଫଟୋ ଉଠାଉଥିଲେ। ସେହିପରି କଳିଙ୍ଗ ଷ୍ଟାଡିୟମ ନିକଟରେ ଲୋଇସିଂହାର ଲୋକନୃତ୍ୟ ପରିବେଷିତ ହୋଇଥିଲା। ସେଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଧାୟକ ସନାତନ ବିଜୁଳି ନାଚୁଥିବା ଦେଖିବାକୁ ମିଳିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *