ଦେଶ- ବିଦେଶରାଜ୍ୟସମସ୍ୟା ଭିତ୍ତିକ ଖବର

ଭୁବନେଶ୍ବରରେ ରଥଯାତ୍ରା ସୁରକ୍ଷା ଚିନ୍ତା

ଭୁବନେଶ୍ବରରେ ରଥଯାତ୍ରା ସୁରକ୍ଷା ଚିନ୍ତା

ଚଳିତ ମାସ ୨୭ ତାରିଖରେ ରଥଯାତ୍ରା। ସବୁ ଦିଗରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଓଡ଼ିଶା ପୁଲିସ ଜୋର୍‌ଦାର ପ୍ରସ୍ତୁତି ଜାରି ରଖିଛି। ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ୍‌ ଅଫିସ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ବର ୧୬-୦୬-୨୦୨୫(ଏସ .ଏମ ) : ଳିତ ମାସ ୨୭ ତାରିଖରେ ରଥଯାତ୍ରା। ସବୁ ଦିଗରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଓଡ଼ିଶା ପୁଲିସ ଜୋର୍‌ଦାର ପ୍ରସ୍ତୁତି ଜାରି ରଖିଛି। ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ୍‌ ଅଫିସ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିପି ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଆଦି ନୀତିକାନ୍ତି ସମୟରେ ହେବାକୁ ଥିବା ଭିଡ଼ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।

ପୁରୀରେ ମୁତୟନ ହେବ ରକ୍ଷକ ବାହନ 
ସମନ୍ବିତ ନିୟନ୍ତ୍ରଣ କକ୍ଷରୁ କଡ଼ା ନଜର

ଚଳିତ ବର୍ଷ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ଯୁକ୍ତ ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ୍‌ ରୁମ୍ ସ୍ଥାପନ କରାଯିବ। ଏଠାରୁ ପୂରା ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯିବ। ରାଜଧାନୀ ଉପକଣ୍ଠ ଉତ୍ତରା ଛକରୁ ଆରମ୍ଭ କରି ପୁରୀ, ପୁରୀ-କୋଣାର୍କ ରୋଡ୍‌ ସହିତ ପୁରୀ ସହରର ବିଭିନ୍ନ ଛକରେ ମଧ୍ୟ ଏଆଇ କ୍ୟାମେରା ଲଗାଯିବ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନିମନ୍ତେ ସମୁଦ୍ର ମଧ୍ୟରେ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ଓ ଓଡ଼ିଶା ପୁଲିସର ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପାଟ୍ରୋଲିଂ ବ୍ୟବସ୍ଥା ରହିବ। ବୋଟ୍‌ ଓ ଜାହାଜଗୁଡ଼ିକରେ କ୍ୟୁଆର୍‌ଟି ମୁତୟନ ହେବେ ଏବଂ ଆକାଶ ମାର୍ଗରୁ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଡ୍ରୋନ୍‌ ଓ ଆଣ୍ଟି ଡ୍ରୋନ୍ ସିଷ୍ଟମ୍‌ ରହିବ। ସେହିଭଳି ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ ସହିତ ଏକ ରକ୍ଷକ ବାହନ ମଧ୍ୟ ପୁରୀ ସହରରେ ମୁତୟନ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଫୋର୍ସ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି। ଭିଡ଼ ଭିତ‌ରେ ଦଳାଚକଟା ପରିସ୍ଥିତି ନେଇ ମଧ୍ୟ ପୁଲିସ ସତର୍କ ରହିବ।

ଏହି ଅବସରରେ ଟ୍ରାଫିକ୍‌ ସୁପରିଚାଳନା ଲାଗି ପୁରୀର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଓ ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ସମ୍ପର୍କରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିଲା।
ସେହିପରି ରେଳବାଇ ପୁଲିସ ଓ ଆର୍‌ପିଏଫ୍‌ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବଡ଼ କଥା ହେଉଛି, ଅତି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ୍‌, ସେମାନଙ୍କ ପାଇଁ ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ୍‌ ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିର୍ଦ୍ଦେଶକ(ଗୁଇନ୍ଦା) ଆର୍‌ ପି କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ୟୁନିକେସନ୍‌) ଦୟାଲ୍‌ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଏସ୍‌ଏପି) ରାଜେଶ କୁମାର, ଆଇଜି(କେନ୍ଦ୍ରାଞ୍ଚଳ) ଏସ୍‌ ପ୍ରବୀଣ କୁମାର, ଆଇଜି(ଅପରେସନ୍‌) ଡ. ଦୀପକ କୁମାର, ଆଇଜି (ବିପିଏସ୍‌ପିଏ) ଅନୁପ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *