ଭୁବନେଶ୍ବର ନୂଆ ରେଳ ଷ୍ଟେସନରୁ ଗଡ଼ିଲା ଏକ୍ସପ୍ରେସ୍ ଟ୍ରେନ୍
ଭୁବନେଶ୍ବର ନୂଆ ରେଳ ଷ୍ଟେସନରୁ ଗଡ଼ିଲା ଏକ୍ସପ୍ରେସ୍ ଟ୍ରେନ୍
ଭୁବନେଶ୍ବର ନୂଆ ରେଳ ଷ୍ଟେସନରୁ ଆଜି ଗଡ଼ିଲା ଏକ୍ସପ୍ରେସ୍ ଟ୍ରେନ୍। ଏଠାରୁ ଭୁବନେଶ୍ବର-ସିକନ୍ଦରାବାଦ-ମୁମ୍ବାଇ(କୋଣାର୍କ ଏକ୍ସପ୍ରେସ୍), ଭୁବନେଶ୍ବର- ସିକନ୍ଦରାବାଦ (ବିଶାଖା ଏକ୍ସପ୍ରେସ୍), ଭୁବନେଶ୍ବର- ବିଶାଖାପାଟଣା (ଇଣ୍ଟରସିଟି) ଚଳାଚଳ କରିଛି।
ଭୁବନେଶ୍ୱର ୧୨ – ୦୫ – ୨୦୨୫ (ଏସ .ଏମ ) : ଭୁବନେଶ୍ବର ନୂଆ ରେଳ ଷ୍ଟେସନରୁ ଆଜି ଗଡ଼ିଲା ଟ୍ରେନ୍। ଏଠାରୁ ଭୁବନେଶ୍ବର-ସିକନ୍ଦରାବାଦ-ମୁମ୍ବାଇ(କୋଣାର୍କ ଏକ୍ସପ୍ରେସ୍), ଭୁବନେଶ୍ବର- ସିକନ୍ଦରାବାଦ (ବିଶାଖା ଏକ୍ସପ୍ରେସ୍), ଭୁବନେଶ୍ବର- ବିଶାଖାପାଟଣା (ଇଣ୍ଟରସିଟି) ଚଳାଚଳ କରିଛି। ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଭୁବନେଶ୍ବର ନୂଆ ରେଳ ଷ୍ଟେସନରେ ୭ଟି ପ୍ଲାଟଫର୍ମ ସହ ୯ଟି ଟ୍ରାକ୍ ରହିଛି। ଏଥିସହ ଦୁଇଟି ରେଲୱେ ଫୁଟଓଭର ବ୍ରିଜ୍ ମଧ୍ୟ ନିର୍ମାଣ ହୋଇଛି। ଭୁବନେଶ୍ବର ନୂଆ ରେଳ ଷ୍ଟେସନ ଉଦ୍ଘାଟନ ହେବା ପରେ ପ୍ରଥମ ପର୍ଯ୍ୟାୟରେ ପୁରୀ-ହାଓଡ଼ା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର୍ ଓ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ରହଣି କରିଥିଲା। ପରବର୍ତ୍ତୀ ସମୟରେ ଆଉ କିଛି ପାସେଞ୍ଜର ଟ୍ରେନ୍ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଥିଲା।