ରାଜ୍ୟ

ଭୁଷୁଡୁଛି ମାଓ ଦୁର୍ଗ, ୧୨ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁଷୁଡୁଛି ମାଓ ଦୁର୍ଗ, ୧୨ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁଷୁଡିବାରେ ଲାଗିଛି ମାଓ ଦୁର୍ଗ | ପୁଲିସର ଘନ ଘନ ଆକ୍ରମଣ ସାଙ୍ଗକୁ ନକ୍ସଲ ନେତୃତ୍ୱଙ୍କ ଅତ୍ୟାଚାର ଯୋଗୁଁ ଏବେ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ନକ୍ସଲ

ମାଲକାନଗିରି/ଭୁବନେଶ୍ୱର ୧୧-୦୭-୨୦୨୫(ଏସ .ଏମ ) : ଭୁଷୁଡିବାରେ ଲାଗିଛି ମାଓ ଦୁର୍ଗ | ପୁଲିସର ଘନ ଘନ ଆକ୍ରମଣ ସାଙ୍ଗକୁ ନକ୍ସଲ ନେତୃତ୍ୱଙ୍କ ଅତ୍ୟାଚାର ଯୋଗୁଁ ଏବେ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ନକ୍ସଲ | ଆଜି ଛତିଶଗଡ ଦାନ୍ତେୱାଡାରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ସୁକୁମା ଜିଲ୍ଲାରେ ୬ ମାଓବାଦୀ ଗିରଫ ହୋଇଛନ୍ତି |ଆତ୍ମସମର୍ପଣ କରି ଥିବା ୯ ଜଣଙ୍କ ନାଁରେ ଥିଲା ୧୮ ଲକ୍ଷ ପୁରସ୍କାର। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି ଯେ ସଙ୍ଗଠନ ଦୁର୍ବଳ ହେଉଥିବାରୁ ଆତ୍ମସମର୍ପଣ କରିଛୁ | ଶୀର୍ଷ ନେତୃତ୍ୱଙ୍କ ମୃତ୍ଯୁ ପରେ ଭୟରେ ଥିଲୁ। ତେଣୁ ଆତ୍ମସମର୍ପଣ କରିଛୁ | ଅନ୍ୟପଟେ ସୁକୁମା ଭେଜି ଓ କୋଣ୍ଟା ଅଂଚଳରୁ ୬ ମାଓବାଦୀ ଗିରଫ। ଡିଆରଜି ଓ ସିଆରପିଏଫ ଯବାନଙ୍କ କୁମ୍ବିଂ ବେଳେ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ଟିଫିନ ବୋମା ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *