ଦେଶ- ବିଦେଶ

ମହାକାଶ ଛାଡ଼ିଲେ ଶୁଭାଂଶୁ

ମହାକାଶ ଛାଡ଼ିଲେ ଶୁଭାଂଶୁ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ‘ଆକ୍ସମ-୪’ ମିସନ୍‌ରେ ଯାଇଥିବା ଗ୍ରୁପ୍ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳା ସୋମବାର ଅପରାହ୍ଣ ୪ଟା ୪୫ ମିନିଟରେ ଐତିହାସିକ ଅଭିଯାନ ଶେଷ କରି ସେଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର୧୫-୦୭-୨୦୨୫(ଏସ .ଏମ ) :ନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ‘ଆକ୍ସମ-୪’ ମିସନ୍‌ରେ ଯାଇଥିବା ଗ୍ରୁପ୍ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳା ସୋମବାର ଅପରାହ୍ଣ ୪ଟା ୪୫ ମିନିଟରେ ଐତିହାସିକ ଅଭିଯାନ ଶେଷ କରି ସେଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ ୨୨ ଘଣ୍ଟା ଯାତ୍ରା କରିବା ପରେ ସେ ୧୫ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ କାଲିଫର୍ଣ୍ଣିଆ ଉପକୂଳରେ ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶଯାନରୁ ଅବତରଣ କରିବେ।

ଶୁକ୍ଳା ଓ ଆକ୍ସ-୪ କ୍ରୁ ସେମାନଙ୍କର ୧୮ ଦିନର ରହଣି ସମୟରେ ଜୀବବିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ୱାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି। ଶୁକ୍ଳାଙ୍କ ପ୍ରମୁଖ ଅବଦାନ ମଧ୍ୟରେ ରହିଛି ସ୍ପ୍ରାଉଟ୍ସ ପ୍ରୋଜେକ୍ଟ, ଯେଉଁଥିରେ ମାଇକ୍ରୋଗ୍ରାଭିଟି କିପରି ବିହନ ଅଙ୍କୁରୋଦ୍‌ଗମ ଓ ପ୍ରାରମ୍ଭିକ ଉଦ୍ଭିଦ ବିକାଶକୁ ପ୍ରଭାବିତ କରେ ତାହା ଅନୁସନ୍ଧାନ କରାଯାଇଥିଲା। ଭବିଷ୍ୟତର ମହାକାଶ କୃଷି ଉପରେ ପ୍ରଭାବ ସହିତ ଜେନେଟିକ୍ସ, ମାଇକ୍ରୋବିୟଲ ଇକୋସିଷ୍ଟମ୍ ଓ ପୁଷ୍ଟିକର ପ୍ରୋଫାଇଲରେ ପରିବର୍ତ୍ତନ ଅଧ୍ୟୟନ କରିବା ପାଇଁ ଆଇଏସ୍ଏସ୍‌ରେ ଉତ୍ପାଦିତ ବିହନ ଅନେକ ପିଢ଼ି ଧରି ପୃଥିବୀରେ ଚାଷ କରାଯିବ। ମହାକାଶରେ ଖାଦ୍ୟ, ଅମ୍ଳଜାନ ଓ ଜୈବ ଇନ୍ଧନ ଉତ୍ପାଦନ କରିବାର ସାମର୍ଥ୍ୟ ଅନୁସନ୍ଧାନ ସହିତ ଶୁକ୍ଳା ମାଇକ୍ରୋଶୈବାଳ ଉପରେ ପରୀକ୍ଷଣର ନେତୃତ୍ୱ ନେଇଥିଲେ, ଯାହା ଦୀର୍ଘକାଳୀନ ଅଭିଯାନକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟ ଏକ ଉଲ୍ଲେଖନୀୟ କାର୍ଯ୍ୟକଳାପ ଥିଲା ମାଇକ୍ରୋଗ୍ରାଭିଟିରେ ଗ୍ଲୁକୋଜ ମନିଟର ପରୀକ୍ଷା କରିବା। ୨୨ ଘଣ୍ଟାର ଯାତ୍ରା ଶେଷରେ ଅବତରଣ କରିବା ପରେ ଶୁକ୍ଳା ପୃଥିବୀର ମାଧ୍ୟାକର୍ଷଣ ସହ ପୁନର୍ବାର ଖାପ ଖୁଆଇବା ପାଇଁ ସାତଦିନିଆ ଥଇଥାନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଆକ୍ସମ୍-୪ର ପ୍ରତ୍ୟାବର୍ତ୍ତନ ଅଭିଯାନ ଆରମ୍ଭ ହେବା ପରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁଭାଂଶୁଙ୍କୁ ସ୍ୱାଗତ କରିଛନ୍ତି। ସମଗ୍ର ଦେଶ ତାଙ୍କ ଫେରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛି ବୋଲି ମନ୍ତ୍ରୀ କହିଛନ୍ତି। ଶୁକ୍ଳାଙ୍କ ସମେତ ୪ ଜଣ ମହାକାଶଚାରୀ ଗତମାସ ୨୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା ଆରମ୍ଭ କରିଥିଲେ। ଜୁନ ୨୬ ତାରିଖ ଅପରାହ୍ଣ ୪ଟା ୧ ମିନିଟରେ ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ଶୁକ୍ଳାଙ୍କ ସହ ଯାଇଥିବା ଅନ୍ୟ ମହାକାଶଚାରୀମାନେ ହେ‌ଉଛନ୍ତି ଆମେରିକାର ପେଗି ହ୍ବିଟସନ୍‌, ହଙ୍ଗେରିର ଟ୍ବିବୋର କାପୁ ଓ ପୋଲାଣ୍ଡର ସ୍ପ୍ଲାଓଜ ଉଜନାନ୍ସକି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *