ମହାପ୍ରଭୁଙ୍କ ବାହୁଡା଼ ରଥ ଯାତ୍ରା ଅବସରରେ ରଣିହାଟ ଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ
ମହାପ୍ରଭୁଙ୍କ ବାହୁଡା଼ ରଥ ଯାତ୍ରା ଅବସରରେ ରଣିହାଟ ଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ
କଟକ, ୦୬-୦୭-୨୦୨୫(ଏସ .ଏମ ) : ଅପରାହ୍ନ ୪ଟା ୩୦ମି ସମୟରେ ରାଣୀହାଟଠାରେ ବଳଦେବଜୀଉ ରଥଯାତ୍ରା କମିଟି ପକ୍ଷରୁ ନିତିକନ୍ତି ଅନୁଯାୟୀ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଇଥିଲା।ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ରଥରେ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସହେବ ଶିନ୍ଦେ କୀର୍ତ୍ତନ,ମୂର୍ଦ୍ଦଙ୍ଗ ବାଜା ସହ ପାଟ ପଟୁଆର ପଦଯାତ୍ରାରେ ଆସି ରଥାରୂଢ଼ ତିନି ଠାକୁରଙ୍କ ରଥର ଛେରା ପହଁରା ଓ ପୂଜା ଅର୍ଚ୍ଚନା କରିଥିଲେ । ଏହା ପରେ ପରେ ଭକ୍ତ ମାନଙ୍କ ଦ୍ଵାରା ରଥଟଣା ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ଶାନ୍ତି ଶୃଂଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଆଜି ବାହୁଡା଼ ଅବସରରେ ଜିଲ୍ଲାପାଳ ସମସ୍ତ ରଥଯାତ୍ରା କମିଟିର କର୍ମକର୍ତ୍ତାଙ୍କ ସହ କଟକ ବାସୀ ତଥା ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ,ଯନ୍ତ୍ରୀ, ପୋଲିସ ପ୍ରଶାସନ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଗଲା।