ମହାବିଦ୍ୟାଳୟ ପରିଚାଳନା କମିଟି ଗଠନ କେବେ?
ମହାବିଦ୍ୟାଳୟ ପରିଚାଳନା କମିଟି ଗଠନ କେବେ?
ନିଆଳୀ/କଣ୍ଟାପଡା ୦୬-୦୭-୨୦୨୫(ଏସ .ଏମ ) :(ଦ୍ୱିଜବର ମହାପାତ୍ର ) ଓଡିଶାର ବିଭିନ୍ନ ମହାବିଦ୍ୟାଳୟ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଛାଡି ପ୍ରତ୍ୟେକ ମହାବିଦ୍ୟାଳୟ ଗତ ଡ଼ିସେମ୍ବର ମାସରୁ ମହାବିଦ୍ୟାଳୟ ପରିଚାଳନା କମିଟି ଭାଙ୍ଗି ଯାଇଛି, ନୂତନ ସରକାର ବି ଆସିଛି କିନ୍ତୁ କୌଣସି ମହାବିଦ୍ୟାଳୟରେ ଅଧ୍ୟାବଧି ନୂତନ ପରିଚାଳନା କମିଟି ଗଠନ ହୋଇ ନାହିଁ ,ଏହା ଦ୍ୱାରା ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ବ୍ୟାପକ ହେରା ଫେରି ହେଉଛି ଏବଂ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଛି,କୌଣସି ବିକାଶ ମୂଳକ କାର୍ଯ୍ୟ ହେଉ ନାହିଁ, ମହାବିଦ୍ୟାଳୟ ସଭାପତି ଦାୟିତ୍ୱରେ ବର୍ତ୍ତମାନ ଉପଜିଲ୍ଲାପାଳ ଥିବା ବେଳେ ଯେକୌଣସି କାର୍ଯ୍ୟ ପାଇଁ ସୁଦୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ପଢୁଛି. ତତସହିତ ମହାବିଦ୍ୟାଳୟରେ ପଡି ରହିଥିବା ପଦ ପଦବୀ ମଧ୍ୟ ପୂରଣ ହେଉ ନାହିଁ ଏହାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଚାହିଁଲେ ନୂତନ ପରିଚାଳନା କମିଟି ଗଠନ ହୋଇ ପାରିବ ବୋଲି କିଛି ଅଭିଭାବକ ଏବଂ ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି.