ମହିଳାଙ୍କୁ ହତ୍ୟା ଅଭିଯୋଗ: ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ
ମହିଳାଙ୍କୁ ହତ୍ୟା ଅଭିଯୋଗ: ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ
ସୋର ଥାନା କୁଚିଆକୋଇଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିବା ସହିତ ଜ୍ବାଇଁ ଓ ଶାଶୁକୁ ମାଡ଼ ମାରିଛନ୍ତି।ପୁଲିସ ଡାକ୍ତରଖାନାରେ ପହଞ୍ଚି ରାଜେନ୍ଦ୍ରକୁ ଅଟକ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୋର/ଭୁବନେଶ୍ୱର ୧୩-୦୬-୨୦୨୫(ଏସ.ଏମ ) : ସୋର ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋର ଥାନା କୁଚିଆକୋଇଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିବା ସହିତ ଜ୍ବାଇଁ ଓ ଶାଶୁକୁ ମାଡ଼ ମାରିଛନ୍ତି।ସୂଚନା ଅନୁସାରେ, କୋଚିଆକୋଇଲି ଗ୍ରାମର ରାଜେନ୍ଦ୍ର ମଳିକଙ୍କ ସହ କ୍ଷୀରକୋଣା ଗ୍ରାମର ପ୍ରହଲ୍ଲାଦ ଦାସଙ୍କ ଝିଅ ରୁନୁ ଦାସଙ୍କର ବୈଦିକ ରୀତିରେ ଗତ ନଅ ବର୍ଷ ତଳେ ବିବାହ କରିଥିଲେ।
ଆଜି ସକାଳେ ଶୋଇବା ଘରେ ରୁନୁ ବେକରେ ଶାଢି ବାନ୍ଧି ଝୁଲିପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ରାଜେନ୍ଦ୍ର ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୋଚିଆକୋଇଲି ଗ୍ରାମର ରାଜେନ୍ଦ୍ର ମଳିକଙ୍କ ସହ କ୍ଷୀରକୋଣା ଗ୍ରାମର ପ୍ରହଲ୍ଲାଦ ଦାସଙ୍କ ଝିଅ ରୁନୁ ଦାସଙ୍କର ବୈଦିକ ରୀତିରେ ଗତ ନଅ ବର୍ଷ ତଳେ ବିବାହ କରିଥିଲେ। ଆଜି ସକାଳେ ଶୋଇବା ଘରେ ରୁନୁ ବେକରେ ଶାଢି ବାନ୍ଧି ଝୁଲିପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ରାଜେନ୍ଦ୍ର ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ରୁନୁଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଥିଲେ। କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ରାଜେନ୍ଦ୍ରକୁ ଅଟକ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପରେ ରୁନୁଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଥିଲେ। କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ରାଜେନ୍ଦ୍ରକୁ ଅଟକ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।