ଘଟଣା ଦୁର୍ଘଟଣାପାଣିପାଗରାଜ୍ୟ

ମାଡ଼ିଆସିଲା ସମୁଦ୍ର: ବୁଡ଼ିଲା ଶିଆଳି ବେଳାଭୂମି ପାର୍କିଂସ୍ଥଳ

ମାଡ଼ିଆସିଲା ସମୁଦ୍ର: ବୁଡ଼ିଲା ଶିଆଳି ବେଳାଭୂମି ପାର୍କିଂସ୍ଥଳ

ଏରସମାରେ ପୁଣି ସମୁଦ୍ରର ଉଗ୍ରରୂପ ଦେଖିବାକୁ ମିଳିଛି। ସ୍ଥଳଭାଗକୁ ପ୍ରାୟ ୨୦୦ ମିଟର ମାଡ଼ି ଆସିବା ଫଳରେ ‌ଶିଆଳି ବେଳାଭୂମିରେ ନିର୍ମିତ ପାର୍କିଂସ୍ଥଳ ବୁଡ଼ିଯାଇଛି। ଫଳରେ ସେଠାରେ ଥିବା ୧୦ରୁ ଅଧିକ ଦୋକାନୀ ପ୍ରମାଦ ଗଣିଛନ୍ତି।

ଏରସମା,୩୧-୦୫-୨୦୨୫(ଏସ .ଏମ ) : ରସମାରେ ପୁଣି ସମୁଦ୍ରର ଉଗ୍ରରୂପ ଦେଖିବାକୁ ମିଳିଛି। ସ୍ଥଳଭାଗକୁ ପ୍ରାୟ ୨୦୦ ମିଟର ମାଡ଼ି ଆସିବା ଫଳରେ ‌ଶିଆଳି ବେଳାଭୂମିରେ ନିର୍ମିତ ପାର୍କିଂସ୍ଥଳ ବୁଡ଼ିଯାଇଛି। ଫଳରେ ସେଠାରେ ଥିବା ୧୦ରୁ ଅଧିକ ଦୋକାନୀ ପ୍ରମାଦ ଗଣିଛନ୍ତି। ସମୁଦ୍ର ଅଧିକ ଅଶାନ୍ତ ହେଲେ ଏରସମାର ଅଧିକାଂଶ ଉପକୂଳିଆ ଗାଁରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଆଜି ଲହଡ଼ି କୂଳ ଲଂଘିବା ସହ ୨୦୦ ମିଟର୍‌ରୁ ଅଧିକ ଆଗକୁ ମାଡ଼ିଆସିଛି। ସମୁଦ୍ରକୁ ଲାଗିରହିଥିବା ଗ୍ରାମଗୁଡ଼ିକର ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ତରଫରୁ କୌଣସି ସଚେତନତା କରାଯାଇ ନାହିଁ। ପୂର୍ବରୁ ହାୱାଖାନାରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରେ ପଥରବନ୍ଧ ନିର୍ମାଣ ପାଇଁ ଏରସମାବାସୀ ଓ ଉପକୂଳ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ଦାବି କରାଯାଇଆସୁଛି। ମାତ୍ର ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସମୁଦ୍ର କୂଳରେ ରହିଥିବା ଝାଉଁ ଜଙ୍ଗଲ ମଧ୍ୟ କ୍ଷୟ ହେବାରେ ଲାଗିଛି। ଏହା ପୂର୍ବରୁ ସମୁଦ୍ର କୂଳ ଲଂଘିବାରୁ ଶିଆଳି ବେଳାଭୂମି ଭାବେ ପରିଚିତ ଭ୍ୟୁ ଟାୱାର୍‌ର ତଳ ଅଂଶ ଖାଇଯାଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ତାହାକୁ ତୁରନ୍ତ ଭାଙ୍ଗି ଦିଆଯାଇଥିଲା। ହାୱାଖାନାଠାରୁ ରାମତରା ପର୍ଯ୍ୟନ୍ତ ଦୀର୍ଘ ୩ କିମି ବେଳାଭୂମି ମୁକୁଳା ପଡ଼ିଛି। ସମୁଦ୍ର କୂଳରେ ପଥରବନ୍ଧ ନିର୍ମାଣ କରାଯିବା ସହିତ ହେନ୍ତାଳ ବଣ ସୃଷ୍ଟି କରାଗଲେ ସମୁଦ୍ର ଜୁଆରକୁ ଅଟକାଯାଇପାରିବ। ହେଲେ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *