HELTHଦେଶ- ବିଦେଶବିଶେଷ ସ୍ତମ୍ବରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ମାତୃତ୍ବ ଛୁଟି ମହିଳାଙ୍କ ପ୍ରଜନନ ଅଧିକାରର ପ୍ରମୁଖ ଅଂଶ: ସୁପ୍ରିମ୍‌କୋର୍ଟ

ମାତୃତ୍ବ ଛୁଟି ମହିଳାଙ୍କ ପ୍ରଜନନ ଅଧିକାରର ପ୍ରମୁଖ ଅଂଶ: ସୁପ୍ରିମ୍‌କୋର୍ଟ

ମାତୃତ୍ବ ଛୁଟି ହେଉଛି ମାତୃତ୍ବ ସୁବିଧାର ଏକ ଅଭିନ୍ନ ଅଙ୍ଗ ଏବଂ  ମହିଳାଙ୍କ ପ୍ରଜନନ ଅଧିକାରର ଏକ ପ୍ରମୁଖ ଅଂଶ। ଜଣେ ମହିଳାଙ୍କୁ ମାତୃତ୍ବ ଛୁଟି ଅଧିକାରରୁ କୌଣସି ସଂସ୍ଥା ବଞ୍ଚିତ କରିପାରିବେନି ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି।

ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୦୫-୨୦୨୫(ଏସ.ଏମ ) : ମାତୃତ୍ବ ଛୁଟି ହେଉଛି ମାତୃତ୍ବ ସୁବିଧାର ଏକ ଅଭିନ୍ନ ଅଙ୍ଗ ଏବଂ  ମହିଳାଙ୍କ ପ୍ରଜନନ ଅଧିକାରର ଏକ ପ୍ରମୁଖ ଅଂଶ। ଜଣେ ମହିଳାଙ୍କୁ ମାତୃତ୍ବ ଛୁଟି ଅଧିକାରରୁ କୌଣସି ସଂସ୍ଥା ବଞ୍ଚିତ କରିପାରିବେନି ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି।  ତାମିଲନାଡ଼ୁରେ ଜଣେ ସରକାରୀ ଶିକ୍ଷୟିତ୍ରୀ ତାଙ୍କ ଦ୍ବିତୀୟ ବିବାହରୁ ପ୍ରଥମ ସନ୍ତାନ ଜନ୍ମ ଦେବା ପରେ ମାତୃତ୍ବ ଛୁଟି ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ମାତୃତ୍ବ ଛୁଟି ପାଇଁ ଅନୁମତି ନ ମିଳିବାରୁ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉକ୍ତ  ସରକାରୀ ଶିକ୍ଷୟିତ୍ରୀଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍‌ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, କୌଣସି ସଂସ୍ଥା ଜଣେ ମହିଳାଙ୍କୁ ମାତୃତ୍ବ ଛୁଟି ଅଧିକାରରୁ ବଞ୍ଚିତ କରିପାରିବେନି।

ଆବେଦନରେ ଶିକ୍ଷୟିତ୍ରୀ ଦର୍ଶାଇଥିଲେ ଯେ ପ୍ରଥମ ବିବାହରୁ ତାଙ୍କର ୨ଟି ପିଲା ଥିବାରୁ ଏଥିପାଇଁ ତାଙ୍କୁ ମାତୃତ୍ବ ଛୁଟି ମିଳିନାହିଁ। ତାମିଲନାଡ଼ୁରେ ଏକ ନିୟମ ଅଛି ଯେ କେବଳ ପ୍ରଥମ ୨ ଶିଶୁଙ୍କ କ୍ଷେତ୍ରରେ ହିଁ ଜଣେ ମହିଳା ମାତୃତ୍ବ ଛୁଟି ପାଇପାରିବେ। ଆବେଦନକାରୀ କହିଛନ୍ତି,  ପ୍ରଥମ ବିବାହରୁ ୨ ପିଲାଙ୍କୁ ଜନ୍ମ ଦେବା ପରେ ସେ କୌଣସି ମାତୃତ୍ବ ଛୁଟି ନେଇନଥିଲେ। କେବଳ ଦ୍ବିତୀୟ ବିବାହ କରିବା ପରେ ହିଁ ସେ ସରକାରୀ ଚାକିରି କରିଛନ୍ତି। ଆବେଦନକାରୀଙ୍କୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ କେଭି ମୁଥୁକୁମାର କହିଛନ୍ତି,  ରାଜ୍ୟର ଏହି ନିଷ୍ପତ୍ତି ତାଙ୍କ ମହକିଲଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରିଛି। ତେବେ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ପକ୍ଷ ନେଇ ମାତୃତ୍ବ ଛୁଟିର ପରିସର ବୃଦ୍ଧି କରିଛନ୍ତି ଏବଂ କହିଛନ୍ତି, ମାତୃତ୍ବ ଛୁଟି ଏବେ ମୌଳିକ ପ୍ରଜନନ ଅଧିକାରର ଏକ ଅଂଶ ଭାବେ ବିବେଚିତ ହେବ। ଉଲ୍ଲେଖଯୋଗ୍ୟ, ୨୦୧୭ରେ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ମାତୃତ୍ବ ସୁବିଧା ଆଇନରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ କରାଯାଇଥିଲା। ମାତୃତ୍ବ ଛୁଟି ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା। ଯେଉଁ ମହିଳା ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି ‌ସେମାନେ ମଧ୍ୟ ୧୨ ସପ୍ତାହର ମାତୃତ୍ବ ଛୁଟି ନେଇପାରିବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *