ଦେଶ- ବିଦେଶମନୋରଞ୍ଜନ

ମାତ୍ର ୨ଟଙ୍କା ଖର୍ଚ୍ଚ କରି ବୁଲିପାରିବେ ଅମ୍ବାନୀଙ୍କ ଘର

ମାତ୍ର ୨ଟଙ୍କା ଖର୍ଚ୍ଚ କରି ବୁଲିପାରିବେ ଅମ୍ବାନୀଙ୍କ ଘର

ମାତ୍ର ୨ଟଙ୍କା ଶୁଳ୍କ ଦେଇ ଧୀରୁଭାଇ ଅମ୍ବାନୀ ମେମୋରିଆଲ୍ ହାଉସ ପରିଦର୍ଶନ କରି ପାରିବେ ପର୍ଯ୍ୟଟକ। ଏହାକୁ ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ଯାଇଥାଏ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୦୬-୨୦୨୫(ଏସ .ଏମ ) : ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ତାଙ୍କ ପରିବାର ସହିତ ୨୭ମହଲା ବିଶିଷ୍ଟ ଆଣ୍ଟିଲିଆ କୋଠାରେ ବସବାସ କରୁଥିବା କଥା ସମସ୍ତେ ଜାଣିଛନ୍ତି। ଏହି କୋଠାର ଆନୁମାନିକ ମୂଲ୍ୟ ୧୫,୦୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଘର କିପରି ତା’ ଭିତରର ଦୃଶ୍ୟ କିପରି ହୋଇଥିବ ଏହା ଜାଣିବା ପାଇଁ ସାଧାରଣଲୋକଙ୍କ ମନରେ ଏକ ଉତ୍ସାହ ରହିଛି। ତେବେ ଆଣ୍ଟିଲିଆ ବୁଲି ଦେଖିବା ପାଇଁ ସାଧାରଣ ଲୋକଙ୍କୁ ତ ଅନୁମତି ନାହିଁ କିନ୍ତୁ ଆପଣମାନେ ଗୁଜୁରାଟର ଚୋରୱାଡରେ ଥିବା ଅମ୍ବାନୀ ପରିବାରର ପୈତୃକ ଘରକୁ ସୁବିଧାରେ ବୁଲି ଦେଖି ପାରିବେ। ଯାହାକୁ ୨୦୧୧ ମସିହାରେ ଏକ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏହା ସେହି ଘର ଯେଉଁଠାରେ ମୁକେଶ ଅମ୍ବାନୀ ଏବଂ ତାଙ୍କ ଭାଇ ଅନିଲ ଅମ୍ବାନୀ ସେମାନଙ୍କ ପିଲାଦିନ ବିତାଇଥିଲେ। ଯାହାକୁ ସମ୍ପ୍ରତି ଧୀରୁଭାଇ ଅମ୍ବାନୀ ମେମୋରିଆଲ୍ ହାଉସ୍ ଭାବରେ ବେଶ ଜଣାଶୁଣା, ଏହି ଘରର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୦୦ କୋଟି ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।

ଅମ୍ବାନୀଙ୍କ ଏହି କୋଠାକୁ ଦେଖିବା ପାଇଁ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ଯାଇଥାଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ଟିକେଟ୍ କାଟିବା ପାଇଁ ପଡ଼ିବ। ଯାହାର ଶୁଳ୍କ ମାତ୍ର ୨ଟଙ୍କା ରହିଛି। ଏହି ଘରେ ଧୀରୁଭାଇ ଅମ୍ବାନୀଙ୍କ ଅନେକ ପୁରୁଣା ଜିନିଷ, ଫଟୋଗ୍ରାଫ୍ ଏବଂ ପୁରସ୍କାର ସଂରକ୍ଷିତ କରି ରଖାଯାଇଛି। ।
ଏହି ଘର ଦୁଇଟି ଭାଗରେ ବିଭକ୍ତ। ଏହାର ଗୋଟିଏ ଅଂଶ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିବା ବେଳେ ଅନ୍ୟ ଅଂଶ ବ୍ୟକ୍ତିଗତ ବ୍ୟବହାର ପାଇଁ ରହିଛି। ଯେଉଁଠାରେ ଆଜି ମଧ୍ୟ ଅମ୍ବାନୀ ପରିବାରର ସଦସ୍ୟମାନେ ଯିବା ଆସିବା କରନ୍ତି। ଏହି ୧୦୦ ବର୍ଷ ପୁରୁଣା ଦୁଇ ମହଲା ଘର ୧.୨ ଏକର ଜମିରେ ବିସ୍ତୃତ। ଘରଟି ଅନେକ ଥର ନବୀକରଣ ହୋଇଛି କିନ୍ତୁ ଏହାର ମୂଳ ଗଠନକୁ ପରିବର୍ତ୍ତନ କରାଯାଇ ନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *