Sportsଦେଶ- ବିଦେଶ

ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ବୁମ୍‌ରା

ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ବୁମ୍‌ରା

ମୁମ୍ବାଇର ଲଗାତାର ପଞ୍ଚମ ବିଜୟ

ମୁମ୍ବାଇ/ଭୁବନେଶ୍ୱର ୨୮.୦୪.୨୦୨୫ (ଏସ .ଏମ ) : ଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପଞ୍ଚମ ବିଜୟ ହାସଲ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୫୪ ରନ୍‌ରେ ବଡ଼ ବ୍ୟବଧାନରେ ହରାଇ ପ୍ରଥମ ଦଳ ଭାବେ ଆଇପିଏଲ୍‌ରେ ୧୫୦ତମ ବିଜୟ ମଧ୍ୟ ପାଇଛି। ସେହିଭଳି ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟରେ ଲକ୍ଷ୍ନୌକୁ ପ୍ରଥମ ଥର ହରାଇବାର ମଧୁର ସ୍ବାଦ ପାଇଛି। ଏହି ମ୍ୟାଚ୍‌କୁ ଯିବା ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୭ଟି ମ୍ୟାଚ୍‌ରୁ ଲକ୍ଷ୍ନୌ ୬ଟି ଜିତିଥିଲା ବେଳେ ମୁମ୍ବାଇ ମାତ୍ର ଗୋଟିକରେ ବିଜୟୀ ହୋଇଥିଲା। ମୁମ୍ବାଇର ଏହି ବିଜୟଟି ପୁଣି ନକ୍‌ଆଉଟ୍ ପର୍ଯ୍ୟାୟରେ ଆସିଥିଲା। ରବିବାରର ଏକତରଫା ବିଜୟ ପରେ ମୁମ୍ବାଇ ଏହି ଧାରାର ମୋଡ଼ ବଦଳାଇବା ସହ ବହୁ କୀର୍ତ୍ତିମାନ ଭାଙ୍ଗିଛି। ଦଶମ ମ୍ୟାଚ୍‌ରୁ ମୁମ୍ବାଇର ଏହା ଷଷ୍ଠ ବିଜୟ ଥିଲା ବେଳେ ଲକ୍ଷ୍ନୌ ଦଶମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି। ରବିବାର ଅପରାହ୍ଣରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ କିନ୍ତୁ ଓପନର୍ ରିୟାନ ରିକେଲଟନ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ୨୧୫ ରନ୍‌ର ବଡ଼ ସ୍କୋର୍ କରି ନେଇଥିଲା। ଏହି ଦୁଇ ଜଣଙ୍କ ଛଡ଼ା ୱିଲ୍ ଜ୍ୟାକ୍ସ, ନମନ ଧୀର ଓ କର୍ବିନ ବସ୍ ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ। ଲକ୍ଷ୍ନୌ ପାଇଁ ଚଳିତ ଋତୁର ପ୍ରଥମ ମ୍ୟାଚ୍ ଖେଳିଥିବା ମୟଙ୍କ ଯାଦବ ଓ ଆୱେସ ଖାନ୍ ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଶ୍ଚାତ୍‌ଧାବନ ଆରମ୍ଭ କରିଥିବା ଲକ୍ଷ୍ନୌ ବ୍ୟାଟିଂକ୍ରମକୁ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଯଶପ୍ରୀତ ବୁମ୍‌ରା ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଉଭୟ ୭ ୱିକେଟ୍ ବାଣ୍ଟିନେବା ପରେ ଲକ୍ଷ୍ନୌ ମାତ୍ର ୧୬୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଅଧିନାୟକ ଋଷଭ ପନ୍ତଙ୍କ ବିଫଳତା ଧାରା ମଧ୍ୟ ଜାରି ରହିଥିଲା। ସେ ଦୁଇଟି ବଲ୍ ‌ଖେଳି ମାତ୍ର ୪ ରନ୍ କରିବା ଲକ୍ଷ୍ନୌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଆୟୁଷ ବଡୋନିଙ୍କ ୩୫ ରନ୍ ଥିଲା ଲକ୍ଷ୍ନୌ ପାଳିର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍। ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ପାଇଁ ୱିଲ୍ ଜ୍ୟାକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୧୫/୭ (ରିୟାନ ରିକେଲଟନ୍ ୫୮, ସୂର୍ଯ୍ୟକୁମାର ଯାଦବ ୫୪, ୱିଲ୍ ଜ୍ୟାକ୍ସ ୨୯, ନମନ ଧୀର ୨୯*, ମୟଙ୍କ ଯାଦବ ୨/୪୦, ଆୱେସ ଖାନ୍ ୨/୪୨)। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨୦ ଓଭରରେ ୧୬୧ (ଆୟୁଷ ବଡୋନି ୩୫, ମିଚେଲ ମାର୍ସ ୩୪, ନିକୋଲାସ ପୂରନ ୩୪, ଯଶପ୍ରୀତ ବୁମ୍‌ରା ୪/୨୨, ଟ୍ରେଣ୍ଟ ବୋଲ୍ଟ ୩/୨୦)।

ସଂକ୍ଷେପରେ ବୁମ୍‌ରା…

 

ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ନାଁରେ ଥିବା ବହୁଦିନ ତଳର ରେକର୍ଡକୁ ଯଶପ୍ରୀତ୍‌ ବୁମ୍‌ରା ଭାଙ୍ଗିଛନ୍ତି। ରବିବାରର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମୁକାବିଲାରେ ୪ ୱିକେଟ୍ ନେଇ ବୁମ୍‌ରା ମାଲିଙ୍ଗାଙ୍କୁ ଟପି ମୁମ୍ବାଇ ଇଣ୍ଡିଆନ୍ସର ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ହୋଇଛନ୍ତି। ଲକ୍ଷ୍ନୌ ପାଳିର ତୃତୀୟ ଓଭରରେ ଏବଂ ନିଜ ସ୍ପେଲ୍‌ର ପ୍ରଥମ ଓଭରରେ ବୁମ୍‌ରା ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଲ‌କ୍ଷ୍ନୌ ଓପନର୍‌ ଐଦେନ ମାରକ୍ରମଙ୍କୁ ଡିପ୍ ସ୍କୋୟାର୍ ଲେଗ୍‌ ଅଞ୍ଚଳରେ ନମନ ଧୀରଙ୍କ ହାତରେ କ୍ୟାଚ୍ କରାଇ ନିଜ ନାମକୁ ରେକର୍ଡ ବୁକ୍‌ରେ ସାମିଲ କରିଥିଲେ। ବୁମ୍‌ରା ଏବେ ମୁମ୍ବାଇ ପକ୍ଷରୁ ୧୪୦ ପାଳିରୁ ୧୭୪ ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ମାଲିଙ୍ଗା ୧୭୦, ହରଭଜନ ସିଂହ ୧୨୭, ମିଚେଲ ମ୍ୟାକ୍‌କ୍ଲିନାଘନ ୭୧ ଓ କିରଣ ପୋଲାର୍ଡ ୬୯ ୱିକେଟ୍ ନେଇ ଏହି କ୍ରମରେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ସଫଳତା ଲାଗି ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ଓ ତାଙ୍କ ପୁଅ ଆକାଶ ଅମ୍ବାନୀ ଠିଆ ହୋଇ ବୁମ୍‌ରାଙ୍କୁ ଅଭିବାଦନ ଜଣାଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *