LatestNewsଅପରାଧରାଜ୍ୟ

ମିଳିଲା ୩ ନକ୍ସଲଙ୍କ ମୃତଦେହ

ମିଳିଲା ୩ ନକ୍ସଲଙ୍କ ମୃତଦେହ

ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

 

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଦନ୍ତେବାଡ଼ା ସୀମାନ୍ତରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଘଟଣାସ୍ଥଳରୁ ଯବାନମାନେ ୩ ଜଣ ନକ୍ସଲଙ୍କ ଶବ ଜବତ କରିଛନ୍ତି। ତେବେ ୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।

ମାଲକାନଗିରି/ଭୁବନେଶ୍ୱର ୨୫-୦୩-୨୦୨୫(ଏସ.ଏମ ) : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଦନ୍ତେବାଡ଼ା ସୀମାନ୍ତରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଵିଶେଷ ସୁତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲେ। ଆଜି ସକାଳ ୮ଟାରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଏବେ ବି ଗୁଳି ବିନିମୟ ଚାଲିଛି।ଘଟଣାସ୍ଥଳରୁ ଯବାନମାନେ ୩ ଜଣ ନକ୍ସଲଙ୍କ ଶବ ଜବତ କରିଛନ୍ତି। ତେବେ ୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଯବାନ ଫେରିବା ପରେ ହିଁ ଏନେଇ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି।

news by s.m media

 

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *