TOP STORIESଅପରାଧଘଟଣା ଦୁର୍ଘଟଣାଦେଶ- ବିଦେଶରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ମେୟର ସୁଲୋଚନା ଦାସଙ୍କ ନାଆଁରେ ରାଜଧାନୀର ସବୁ ଥାନାରେ ଏତଲା ଦେବ ଆଞ୍ଚଳିକ ସୁରକ୍ଷା ମଞ୍ଚ

ମେୟର ସୁଲୋଚନା ଦାସଙ୍କ ନାଆଁରେ ରାଜଧାନୀର ସବୁ ଥାନାରେ ଏତଲା ଦେବ ଆଞ୍ଚଳିକ ସୁରକ୍ଷା ମଞ୍ଚ

ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ବାଂଲାଦେଶୀ ମନ୍ତବ୍ୟକୁ ନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ତୀବ୍ର ବିରୋଧ କରିଛି। ଏନେଇ ରାଜଧାନୀର ସବୁ ଥାନାରେ ତାଙ୍କ ନାଆଁରେ ଏତଲା ଦିଆଯିବ। ଏନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ୨୪-୦୫-୨୦୨୫(ଏସ.ଏମ ) : ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ବାଂଲାଦେଶୀ ମନ୍ତବ୍ୟକୁ ନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ତୀବ୍ର ବିରୋଧ କରିଛି। ଏନେଇ ରାଜଧାନୀର ସବୁ ଥାନାରେ ତାଙ୍କ ନାଆଁରେ ଏତଲା ଦିଆଯିବ। ଏନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି।

‘ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କୁ ବାହାର କରାଯିବ। ମାତ୍ର ଯେଉଁ ବାଂଲାଦେଶୀ ଏଠାରେ ରହିବା ସହ ସେମାନଙ୍କର ଆଧାର, ରାସନ୍‌ କିମ୍ବା ଭୋଟର କାର୍ଡ ରହିଛି ଏବଂ ନାଗରିକ ଭାବେ ଏଠାରେ ରହୁଛନ୍ତି ସେମାନଙ୍କୁ ବାହାର କରିବା ସମ୍ଭବ ନୁହେଁ। ସେମାନଙ୍କୁ କିଭଳି ଭଲରେ ରଖିବା ତାହା ଆମମାନଙ୍କ ଦାୟିତ୍ବ’। ମେୟର ସୁଲୋଚନା ଦାସଙ୍କ ଏଭଳି ବକ୍ତବ୍ୟ ରାଜଧାନୀ ରାଜନୀତିକୁ ଉଷ୍ମ କରିଛି। ନୀଳାଦ୍ରିବିହାରଠାରୁ ରାଜମହଲ ପର୍ଯ୍ୟନ୍ତ, ମେୟରଙ୍କ ବିରୋଧର ନିଆଁ ବ୍ୟାପିବାରେ ଲାଗିଛି। ବାଂଲାଦେଶୀଙ୍କୁ ସମର୍ଥନ ଜଣାଉଥିବା ଅଭିଯୋଗରେ ମେୟର ଶ୍ରୀମତୀ ଦାସଙ୍କ ଇସ୍ତଫା ଦାବିରେ ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଯୁବକମାନେ କଳାପତାକା ପ୍ରଦ‌ର୍ଶନ କରିବା ସହ ମେୟରଙ୍କ ଉପରକୁ କଳାକପଡ଼ା ଫିଙ୍ଗିଛନ୍ତି।  ବିଏମ୍‌ସିରେ ବିରୋଧୀ ଭୂମିକାରେ ଥିବା ଶାସକ ବିଜେପି ଦଳର ନେତାମାନେ ମେୟରଙ୍କ ବକ୍ତବ୍ୟଙ୍କୁ ନିନ୍ଦା କରିବା ସହ ମେୟରଙ୍କ ଇସ୍ତଫା ଦାବି କରିଛନ୍ତି। 

vgh

ନୀଳାଦ୍ରିବିହାରଠାରେ ୧୪ ନମ୍ବର ଵାର୍ଡ ଅଫିସଠାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ମେୟର ଶ୍ରୀମତୀ ଦାସ ଫେରିବା ସମୟରେ କିଛି ଯୁବକ ତାଙ୍କୁ ଘେରିଯାଇଥିଲେ। ବାଂଲାଦେଶୀ ମେୟର ଇସ୍ତଫା ଦିଅ ନାରା ଦେଇ ଯୁବକମାନେ ମେୟରଙ୍କ ଗାଡ଼ି ଆଡ଼କୁ ମାଡ଼ିଯାଇଥିଲେ। ଗାଡ଼ିରୁ ଓହ୍ଲାଇ ଯୁବକମାନଙ୍କ ସହ ଆଲୋଚନା କରିଥିଲେ।  ମାତ୍ର ଯୁବକମାନେ ସିଧାସଳଖ ମେୟରଙ୍କୁ ଦୋଷାରୋପ କରିବା ସହ ବାଂଲାଦେଶୀଙ୍କୁ ଭୁବନେଶ୍ବରରୁ ନ ତଡ଼ିବା ପର୍ଯ୍ୟନ୍ତ ଏଭଳି ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ।  ବକ୍ତବ୍ୟ ସମ୍ପର୍କରେ ମେୟର ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଯୁବକମାନେ ତାହାଗ୍ରହଣ କରି ନଥିଲେ। ଏହାପରେ ମେୟର ସ୍ଥାନ ଛାଡ଼ି ପଳାଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *