ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ
ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ
ଅଭିନେତ୍ରୀ ତଥା ମଡେଲ ରୁଚି ଗୁଜ୍ଜର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ଏକ ଆକର୍ଷଣୀୟ ପେଣ୍ଡେଣ୍ଟ ହାର ପିନ୍ଧିଥିଲେ। ଏହି ହାର ଏବେ ଚର୍ଚ୍ଚାର ପରିସରରେ ରହିଛି
ମୁମ୍ବାଇ/ଭୁବନେଶ୍ୱର ୨୧.୦୫.୨୦୨୫(ଏସ .ଏମ ) : ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫ୍ୟାସନ ସହିତ ଜଡ଼ିତ କିଛି ନୂଆ ଜିନିଷକୁ ଉପସ୍ଥାପନ କରାଯାଇଥାଏ। ଚଳିତବର୍ଷ ଅଭିନେତ୍ରୀ ରୁଚି ଗୁଜ୍ଜର ପିନ୍ଧିଥିବା ନେକଲେସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅଭିନେତ୍ରୀ ତଥା ମଡେଲ ରୁଚି ଗୁଜ୍ଜର ୨୦୨୫ ମସିହାରେ କାନ୍ସରେ ଡେବ୍ୟୁ କରିଥିଲେ। ଏଥିରେ ସେ ଭାରତୀୟ କଳାକୃତିକୁ ପ୍ରଦର୍ଶନ କରୁଥିବା ଏକ ବୋଲ୍ଡ ଗୋଲ୍ଡ ଲେହେଙ୍ଗା ପିନ୍ଧିଥିଲେ। ଏଥିସହିତ ରୁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ଏକ ଆକର୍ଷଣୀୟ ପେଣ୍ଡେଣ୍ଟ ହାର ପିନ୍ଧିଥିଲେ। ଏହି ହାର ଏବେ ଚର୍ଚ୍ଚାର ପରିସରରେ ରହିଛି।