LatestNewsPoliticsTOP STORIESଘଟଣା ଦୁର୍ଘଟଣାବାଣିଜ୍ୟରାଜନୀତିରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ପତ୍ର ଲେଖିବେ ରାଜ୍ୟପାଳ

ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ପତ୍ର ଲେଖିବେ ରାଜ୍ୟପାଳ

ସାଂସଦ, ବିଧାୟକଙ୍କୁ ଜାରି ହେବ ପତ୍ର

ଭୁବନେଶ୍ୱର ୨୫-୦୬-୨୦୨୫ (ଏସ.ଏମ.) : କ୍ଷ୍ମା ନିରାକରଣ ଲକ୍ଷ୍ୟ ହାସଲ କରିବା ପାଇଁ ଗୋଷ୍ଠୀ ସଂପୃକ୍ତି ଓ ସାମାଜିକ ଦାୟିତ୍ବବୋଧର ଆବଶ୍ୟକତା ରହିଛି। ରାଜ୍ୟର ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ଓ ସେମାନଙ୍କୁ ପୋଷଣ କିଟ୍‌ ପ୍ରଦାନ କରିବା ପାଇଁ ଆର୍ଥିକ ଯୋଗଦାନ ନିମନ୍ତେ ସମସ୍ତ ବିଧାୟକ ଓ ସାଂସଦଙ୍କୁ ପତ୍ର ଲେଖାଯିବ। ବିଶ୍ବବିଦ୍ୟାଳୟର କୁଳପତି, ଅଧ୍ୟାପକ, ସାମାଜିକ ସଂଗଠନ ଓ ଜନହିତକାରୀ ଅନୁଷ୍ଠାନମାନେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର କିଟ୍‌ ଯୋଗାଇବା ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି।

କୁଳପତି, ଅଧ୍ୟାପକ ଓ ସାମାଜିକ ସଂଗଠନ ଆଗେଇ ଆସିବାକୁ ଅନୁରୋଧ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଅଗ୍ରଗତି ସଂପର୍କରେ ଆଜି ରାଜ୍ୟପାଳ ସମୀକ୍ଷା କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ଯକ୍ଷ୍ମା ନିରାକରଣ କେବଳ ସରକାରଙ୍କ ପ୍ରୟାସ ନୁହେଁ। ପ୍ରତ୍ୟେକ ସ୍ତରରେ ବ୍ୟକ୍ତି, ଅନୁଷ୍ଠାନ ଓ ନାଗରିକ ସମାଜକୁ ନେଇ ଏକ ସାମୂହିକ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି। ଯକ୍ଷ୍ମା ନିରାକରଣ ଅଭିଯାନରେ ବ୍ୟାପକ ଜନ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଓ ସଚେତନତା ବୃଦ୍ଧି ପାଇଁ ରାଜଭବନରୁ ୧୦୦ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ୍‌ ପ୍ରଦାନ କରାଯିବ। ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌. ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନରେ ଯକ୍ଷ୍ମା ରୋଗୀ ଚିହ୍ନଟ, ଚିକିତ୍ସା ଓ ଜନସାଧାରଣଙ୍କ ସହଭାଗିତାରେ ହେଉଥିବା ଅଗ୍ରଗତି ନେଇ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଏହି ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍‌ ରାଜପୁତ, ଜାତୀୟ ସ୍ବାସ୍ଥ୍ୟ ମିସନ, ଓଡ଼ିଶାର ନିର୍ଦ୍ଦେଶିକା ବୃନ୍ଦା. ଡି ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଉଲ୍ଲେଖ ଯେ ଯକ୍ଷ୍ମା ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଖାଇବା ଲାଗି କେନ୍ଦ୍ର ସରକାର ‘ନିକ୍ଷୟ’ ପୋଷଣ ଯୋଜନାରେ ମାସିକ ହଜାର ଟଙ୍କା ଲେଖାଏ ପ୍ରଦାନ କରୁଛନ୍ତି। ଯକ୍ଷ୍ମା ଚିହ୍ନଟ ହେଲେ ପ୍ରଥମ ୩ମାସ ପାଇଁ ୩ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୩ହଜାର ଟଙ୍କା ଦିଆଯାଉଛି। ଯଦି କୌଣସି ରୋଗୀଙ୍କୁ ଆଉ କିଛି ମାସ ଔଷଧ ସେବାନର ଆବଶ୍ୟକତା ରହିଥିବା ଡାକ୍ତର ଅନୁଭବ କରନ୍ତି ତାହାଲେ ତାଙ୍କୁ ମାସିକ ହଜାର ଟଙ୍କା ଦିଆଯିବ। ତେବେ ଯକ୍ଷ୍ମା ନିରାକରଣ ପାଇଁ ଗୋଷ୍ଠୀର ସଂପୃକ୍ତି ଜରୁରୀ ରହିଥିବାରୁ ବିଭିନ୍ନ ସଂଗଠନମାନଙ୍କୁ ସରକାର ପୋଷଣ କିଟ୍‌ ପ୍ରଦାନରେ ସାମିଲ କରିବାକୁ ଚାହୁଁଛନ୍ତି। ରାଜ୍ୟରେ ଏବେ ପ୍ରତିବର୍ଷ ୬୦ହଜାର ନୂଆ ଯକ୍ଷ୍ମା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତହିଁରୁ ୪ଶହ ବହୁ ଔଷଧ ପ୍ରତିରୋଧ(ଏମ୍‌ଡିଆର) ଆକ୍ରାନ୍ତ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *